ଯୁବକଙ୍କୁ ମହଙ୍ଗା ପଡିଲା ଡିପଫେକ ଭିଡ଼ିଓ । ମହିଳାଙ୍କ ଫଟୋକୁ ଡିପଫେକ୍ ଏଡିଟିଙ୍ଗ କରି ଗିରଫ ହେଲେ ଯୁବକ ।

Advertisment

ବିବାହିତା ମହିଳାଙ୍କ ଫଟୋ ଓ ଭିଡିଓକୁ ଏଡିଟିଂ କରି ସୋସିଆଲ ମିଡିଆରେ ଫଟୋ ଭାଇରାଲ କରୁଥିଲା ଅଭିଯୁକ୍ତ ।

ବିବାହିତା ମହିଳାଙ୍କ ଫଟୋ ଓ ଭିଡିଓକୁ ଏଡିଟିଂ କରି ସୋସିଆଲ ମିଡିଆରେ ଫଟୋ ଭାଇରାଲ କରୁଥିଲା ଅଭିଯୁକ୍ତ ।

ମହଙ୍ଗା ପଡ଼ିଲା ଡିପଫେକ ମହଙ୍ଗା ପଡ଼ିଲା ଡିପଫେକ

Photograph: (kanaknews)

କନକ ବ୍ୟୁରୋ: ଡିପଫେକ ମାଧ୍ୟମ ରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଏଡିଟିଙ୍ଗ କରି ଗିରଫ ହେଲେ ଯୁବକ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଂଚଳର ଜଣେ ମହିଳାଙ୍କର ଫଟୋକୁ ଡିପଫେକ୍ ମାଧ୍ୟମରେ ଏଡିଟିଙ୍ଗ କରି ସୋସିଆଲ ସାଇଟରେ ଭାଇରାଲ କରି ବନ୍ଧା ହୋଇଛନ୍ତି ଜଣେ ଯୁବକ। ଏନେଇ ମହିଳା ଜଣଙ୍କ ପାଟକୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଗିରଫ କରିଛି ।

ଅଭିଯୁକ୍ତ କମଳ ବେହେରା ଦୀର୍ଘଦିନ ହେବ ପାଟକୁରା ଥାନା ଅଂଚଳର ଜଣେ ବିବାହିତା ମହିଳାଙ୍କ ଫଟୋ ଓ ଭିଡିଓକୁ ନେଇ ଡିପଫେକ ମାଧ୍ୟମରେ ଏଡିଟିଂ କରି ସୋସିଆଲ ମିଡିଆରେ ଫଟୋ ଭାଇରାଲ କରୁଥିଲା। ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣଙ୍କ ବାରମ୍ବାର ମହିଳାଙ୍କୁ ଫୋନ ଯୋଗେ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଉଥିଲା । ମହିଳା ଜଣଙ୍କ  ତାଙ୍କ କଥା ନ ମାନିବାରୁ ଡିପଫେକ ମାଧ୍ୟମରେ  ମଧ୍ଯମରେ ଏଡିଟିଙ୍ଗ କରି ଆପତ୍ତିଜନକ ଭିଡିଓ ଓ ଫଟୋ  ଭାଇରାଲ କରିବାର ଧମକ ଦେଇଥିଲା ଓ ଟଙ୍କା ମଧ୍ଯ ମାଗୁଥିଲା ବୋଲି ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe