ନବୀନଙ୍କ ପରେ ଅକଳରେ ମୋହନ । ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ପୁଣି ଦୀପାଳିଙ୍କ ଦାବି

Advertisment

ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ପୁଣି ଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ବିଜେଡି ବିଜେପି ମଧ୍ୟରେ ଜୋର ହୋଇଛି ବୟାନବାଜି। ଏହାରି ଭିତରେ ନାଁ ନନେଇ ପୂର୍ବ ସରକାର ସମୟର ପାୱାରଫୁଲ ନେତାଙ୍କୁ ଟାଣିଛନ୍ତି ବିଜେପି ସାଂସଦ।

ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ପୁଣି ଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ବିଜେଡି ବିଜେପି ମଧ୍ୟରେ ଜୋର ହୋଇଛି ବୟାନବାଜି। ଏହାରି ଭିତରେ ନାଁ ନନେଇ ପୂର୍ବ ସରକାର ସମୟର ପାୱାରଫୁଲ ନେତାଙ୍କୁ ଟାଣିଛନ୍ତି ବିଜେପି ସାଂସଦ।

ନବ ଦାସ ହତ୍ୟାକାଣ୍ଡ; ନବୀନଙ୍କ ପରେ ଅକଳରେ ମୋହନ

ନବ ଦାସ ହତ୍ୟାକାଣ୍ଡ; ନବୀନଙ୍କ ପରେ ଅକଳରେ ମୋହନ Photograph: (KanakNews )

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ପୁଣି ଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ବିଜେଡି ବିଜେପି ମଧ୍ୟରେ ଜୋର ହୋଇଛି ବୟାନବାଜି। ଏହାରି ଭିତରେ ନାଁ ନନେଇ ପୂର୍ବ ସରକାର ସମୟର ପାୱାରଫୁଲ ନେତାଙ୍କୁ ଟାଣିଛନ୍ତି ବିଜେପି ସାଂସଦ।

  • ନବୀନଙ୍କ ପରେ ଅକଳରେ ମୋହନ
  • ସିବିଆଇ ତଦନ୍ତ ପାଇଁ ପୁଣି ଦୀପାଳିଙ୍କ ଦାବି 

ଦୁଇ ବର୍ଷ ହେଲା ଥମି ଯାଇଥିବା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ପୁଣି ଥରେ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର ଦୁଇ ଦିନ ବ୍ୟବଧାନରେ ଦୀପାଳି ପୁଣି ଥରେ ସିବିଆଇ ତଦନ୍ତ ଦାବି କରିବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି। ମୋହନ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗି ଦୀପାଳି କହିଛନ୍ତି, ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଥିଲା, ଏବେ ସରକାରରେ ଅଛନ୍ତି, ତଦନ୍ତ ପାଇଁ ସୁପାରିଶ କରନ୍ତୁ। ଆଗକୁ ଲିଖିତ ଆକାରରେ ଜଣାଇବୁ ବୋଲି ମଧ୍ୟ କହିଛନ୍ତି । ଏଥିସହ ସତ୍ୟ ଉନ୍ମୋଚନ ପାଇଁ ବିଜେପିର ଆନ୍ତରିକତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । 

ଦୀପାଳିଙ୍କ ଏଭଳି ଦାବି ପୂର୍ବର ନବୀନ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲାବେଳେ ଏବେ ମୋହନ  ସରକାରକୁ ଅକଳରେ ପକାଇଛି। ମୋହନ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସିବିଆଇ ତଦନ୍ତ ଦାବି ଭିତରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରଗଡ ବିଜେପି ସାଂସଦ ପ୍ରଦୀପ ପୁରୋହିତ। କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ ସେ ହିଁ ହତ୍ୟାକାରୀ । ତଦନ୍ତ କରି ମୁଖ୍ୟ ଖଳନାୟକଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି । ନବଙ୍କ ହତ୍ୟାକାଣ୍ଡରେ ଗୋପାଳକୁ ମୋହରା ବନା ଯାଇଛି। ଏଥିସହ ପୂର୍ବରୁ ଦୀପାଲି ଦାସ ଚୁପ ରହିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଜବାବରେ ପାଲଟା ଟାର୍ଗେଟ କରିବା ସହ ସିବିଆଇ ତଦନ୍ତ ପାଇଁ ଆହ୍ବାନ ଦେଇଛି ବିଜେଡି। ସାହାସ ଥିଲେ ବିଜେପି ସିବିଆଇ ତଦନ୍ତ କରୁ ବୋଲି କରିଛି ବିଜେଡି। 

ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ବଢୁଛି। କିନ୍ତୁ ଏହି ମାମଲା କୋର୍ଟରେ ବିଚାରାଧିନ ଥିବାରୁ ରାଜ୍ୟ ସରକାର, କେବେ ଓ କେମିତି ସିବିଆଇ ତଦନ୍ତ ପାଇଁ ସୁପାରିଶ କରୁଛନ୍ତି ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe