ନେତାଙ୍କ ମନରେ ଛନକା ; ପୋଲିସର ଦ୍ବାରସ୍ଥ ହେଲେ ଦୀପାଳିଙ୍କ ଭାଇ ବିଶାଳ ଦାସ

ପଶ୍ଚିମ ଓଡିଶାରେ ବଢୁଛି ହତ୍ୟା, ନେତାଙ୍କ ମନରେ ପଶିଛି ଛନକା । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସର ଦ୍ବାରସ୍ଥ ହେଲେ ଦିବଗଂତ ନେତା ନବଦାସଙ୍କ ପୁଅ ବିଶାଳ ଦାସ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁରକ୍ଷା ଲୋଡ଼ିଲେ ଦୀପାଳି ।

5hh

କନକ ବ୍ୟୁରୋ: ପଶ୍ଚିମ ଓଡିଶାରେ ବଢୁଛି ହତ୍ୟା । ଗତବର୍ଷ ମନ୍ତ୍ରୀ ନବଦାସଙ୍କୁ ଗୁଳିକରି ହତ୍ୟା କରିଥିଲେ ତାଙ୍କ ପିଏସଓ । ଏବେ ଗତ ସପ୍ତାହରେ ଦୁଇ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି । ଏହାକୁ ନେଇ ନେତାଙ୍କ ମନରେ ପଶିଛି ଛନକା । ତତକାଳୀନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ  ଆଇଜିଙ୍କ ଦ୍ୱାରସ୍ଥ ହୋଇିଛନ୍ତି । 

ସେ ଅଭିଯୋଗ କରିଛନ୍ତି, ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ତାଙ୍କ ପ୍ରାଇଭେଟ ପ୍ରପର୍ଟିରେ ପଶିଛି । ଆଜି ସକାଳେ ତାଙ୍କ ହୋଟେଲରେ ଚଢ଼ାଉ କରାଯାଇଛି । ମୋ ବାପାଙ୍କୁ ପୋଲିସ ହତ୍ୟା କରିଛି, ତେଣୁ ପୋଲିସକୁ ଦେଖିଲେ ଡର ଲାଗୁଛି ବୋଲି କହିଛନ୍ତି ବିଶାଲ । ଏହାସହ ପୋଲିସ ସାଙ୍ଗରେ ହାଫ ପ୍ୟାଂଟ ପିନ୍ଧା ଯୁବକ କିଏ ବୋଲି ପଚାରିଛନ୍ତି । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ରାଜ୍ୟ ବିଜେଡି ସମ୍ପାଦକ ସଂଜିତ ମହାନ୍ତି, ତାପସ ରାୟ ଚୌଧୁରୀଙ୍କ ସହ ଅନେକ ନେତା ଆଇଜିଙ୍କୁ ଭେଟିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe