କନକବ୍ୟୁରୋ : ବଙ୍ଗୋପସାଗରରେ ଗଭୀର ଅବପାତ । ଆଗାମୀ ୪ ଘଣ୍ଟାରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି । ଆଜି ମଧ୍ୟରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଓଡ଼ିଶା ଉପକୂଳ ଗତି କରିବା ସମ୍ଭାବନା । ପାରାଦୀପ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ। ପ୍ରଭାବରେ ଓଡିଶା ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା। ଟୁଇନ୍ ସିଟିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଗଭୀରଅବପାତ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ଆଜି ଜଗତସିଂହପୁର ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।
ବଙ୍ଗୋପ ସାଗରରେ ଗଭୀର ଅବପାତ : କଟକ, ଭୁବନେଶ୍ବରରେ ତୁହାକୁ ତୁହା ବର୍ଷା
ବଙ୍ଗୋପସାଗରରେ ଗଭୀର ଅବପାତ । ଆଗାମୀ ୪ ଘଣ୍ଟାରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି । ଆଜି ମଧ୍ୟରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଓଡ଼ିଶା ଉପକୂଳ ଗତି କରିବା ସମ୍ଭାବନା
/kanak/media/media_files/2025/10/02/4-2025-10-02-09-04-42.jpg)