ରାତି ହେଲେ ଘରକୁ ହେଉଛି ଢେଲା ମାଡ ; ବିଲ୍ଡରଙ୍କ ହତ୍ୟା ପରେ ଭୟରେ ପରିବାର

ବିଲଡରଙ୍କ ମୃତ୍ୟୁ ପରେ ଭୟରେ ପରିବାର । ରାତି ହେଲେ ଘର ଉପରେ ହେଉଛି ଢେଲାମାଡ଼। ବାହାରକୁ ଗୋଡ଼ କାଢ଼ିବାକୁ ଲାଗୁଛି ଭୟ। ଫେରାର ଅଭିଯୁକ୍ତ ଦେଉଛନ୍ତି ଧମକ ।

Builders family

Builders family Photograph: (KanakNews)

କନକ ବ୍ୟୁରୋ:  ରାଜଧାନୀରେ ବିଲଡରଙ୍କୁ ହତ୍ୟାପରେ ଭୟରେ ପୂରା ପରିବାର । ରାତି ହେଲେ ଘର ଉପରକୁ ହେଉଛି ଢେଲା ମାଡ଼ । ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ, କେତବେଳେ କଣ ଘଟିବ ସେ ନେଇ ଆଶଙ୍କାରେ ପରିବାର । ହତ୍ୟାକାଣ୍ଡ ପରଠାରୁ ମୃତ ସସ୍ମିତଙ୍କ ପରିବାରରେ କୋକୁଆଭୟ ।  

ଭୟରେ ମୃତ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କ ପରିବାର । ପରିବାରର ଅଭିଯୋଗ ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ ଶାନ୍ତିରେ ଶୋଇପାରୁ ନାହାନ୍ତି ସେମାନେ । ଏପରିକି ରାତି ହେଲେ ଘର ଉପରକୁ ଢେଲା ମାଡ଼ ହେଉଛି । ଘର ବାହାରେ ବି ଢେଲା ପଡୁଛି । ଇଟା, ପଥର ଛେଲା ଛେଲା ହୋଇ ଦୁଆରେ ପଡିଛି । ବାହାରକୁ ଗୋଡ଼ କାଢ଼ିବାକୁ ଭୟ ଲାଗୁଛି । କାଳେ କିଏ ପୁଣି ମୋ ପରିବାରର ଆଉ କାହାକୁ ହାଣି ଦେବ। ତାଲା ପକେଇ ରହୁଛି, କିଏ ଜାଣେ ଘର ଭିତରେ ପଶି ଆମ ଛୁଆର ତଣ୍ଟି ଚିପିଦେବ । ହତ୍ୟାକାଣ୍ଡ ପରଦିନ ଠାରୁ ଯେମିତି କୋକୁଆ ଭୟ । ରାତି ତ ରାତି ଦିନରେ ବି ଆମ ଛୁଆମାନେ ସ୍କୁଲକୁ ଯାଉନାହାନ୍ତି। 

ସେପଟେ ସସ୍ମିତଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । କହିଛନ୍ତି ଭାଇ ବି ପୁଲିସକୁ ଜଣାଇଥିଲେ । ଘଟଣା ଦିନ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୁଲିସ ହାତ ଟେକି ଦେଲା, ଭାଇ ଚାଲିଗଲେ । ଫେରାର ଆସାମୀ ମାନେ ଏବେ ଖୁଲମଖୁଲା ଧମକ ଦେଉଛନ୍ତି । ଅଭିଯୁକ୍ତ ମାନେ ଯେ, ପୁଣି ଏକ ହତ୍ୟାକାଣ୍ଡ ନ ଭିଆଇବେ ସେକଥା ବା କିଏ କହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe