କନକବ୍ୟୁରୋ : ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ନେପୋଟିଜମ୍ କଥା କହିଲେ ପୂର୍ବତନ ବିଜେଡି ନେତ୍ରୀ । ରାଜନୀତିରେ ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଉଥିବା ଆଣିଲେ ଅଭିଯୋଗ । ଶ୍ରୀମୟୀ କହିଛନ୍ତି, ନେପୋଟିଜମ୍, ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ ।
ଏହା ସମାଜରେ ଅନେକ କ୍ଷେତ୍ରରେ, ଯଥା ରାଜନୀତି, ଶିକ୍ଷା, ଚାକିରି ଓ କଳା ଜଗତରେ, ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି । ଯେଉଁମାନେ ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ଆଗକୁ ବଢ଼ିବାର ଅଧିକାରୀ, ସେମାନେ ନେପୋଟିଜମ୍ର କବଳରେ ପଡ଼ି ପଛରେ ରହିଯାଆନ୍ତି । ଏହା ସମାଜରେ ଅସନ୍ତୋଷ, ଅନୈତିକତା ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/28/20-2025-09-28-11-33-13.jpg)