କନକ ବ୍ୟୁରୋ: ବାରବାଟୀ ବିଭ୍ରାଟକୁ ନେଇ ସବୁଠି ଅସନ୍ତୋଷ ଲାଗି ରହିଛି । ନିଜ ଦୋଷ ଖସାଇବା ପାଇଁ ବାରବାଟୀକୁ ଦୋଷ ଦେଲେ ଓସିଏ ସମ୍ପାଦକ । ବାରବାଟୀକୁ ବୁଢ଼ୀ ସ୍ତ୍ରୀ କହି ଏବେ ବିବାଦରେ ସଞ୍ଜୟ ବେହେରା । ଫ୍ଲଡ଼ ଲାଇଟ ବନ୍ଦ ହେବା ପରେ ବିବାଦ ମୁଣ୍ଡାଇଛି ବାରବାଟୀ । ଏହାରି ଭିତରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଦେଇଥିବା ଏକ ପ୍ରତିକ୍ରିୟା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଓସିଏ ସମ୍ପାଦକ କହିଛନ୍ତି ଜଣେ ବୁଢ଼ି ଲୋକକୁ ଗହଣା ପିନ୍ଧାଇବା ଯାହା ବାରବାଟୀ ଷ୍ଟାଡିୟମ୍‌ ହେଉଛି ସେଇଆ । ଭାରତ-ଇଂଲଣ୍ଡ ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ ହେବାରୁ ବଦନାମ ହୋଇଛି ବାରବାଟୀ । ଏବେ ପୁଣି ସଞ୍ଜୟଙ୍କ ଏହି ପ୍ରତିକ୍ରିୟା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । 

Advertisment

ସତରେ ବୁଢ଼ି ହୋଇଗଲାଣି କି ବାରବାଟୀ?
ପୂର୍ବରୁ କାହିଁକି ଏହି ପ୍ରସଙ୍ଗ ଉଠାଉନଥିଲେ ସଞ୍ଜୟ ବେହେରା?
ନିଜ ଦୋଷ ଖସାଇବା ପାଇଁ ବାରବାଟୀକୁ ମୋହରା କରିଛନ୍ତି କି ସଞ୍ଜୟ?
କାହିଁକି ହେଉନି ବାରବାଟୀର ନବୀକରଣ?
କେଉଁଠି ଅଟକିଛି ନବୀକରଣ କାମ?
ଆଉ ଏକ କ୍ରିକେଟ୍‌ ଷ୍ଟାଡିୟମ ପାଇଁ କାହିଁକି ଚିନ୍ତା କରୁନାହାନ୍ତି ସରକାର?
ଫ୍ଲଡ ଲାଇଟ୍‌ ବନ୍ଦ ବିବାଦ ଭିତରେ ସଞ୍ଜୟଙ୍କ ଏ କି ମନ୍ତବ୍ୟ?
କାହିଁକି ଏପରି ବିବାଦୀୟ ମନ୍ତବ୍ୟ ଦେଲେ ଓସିଏ ସମ୍ପାଦକ?