କନକବ୍ୟୁରୋ : ଆଜି ବି ଲୋକସଭାରେ ହେବ ଅପରେସନ୍ ସିନ୍ଦୂର ଚର୍ଚ୍ଚା । ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ନିଜର ବିବୃତି ରଖିବେ । ଦିନ ୧୨ଟାରେ ଅଧିବେଶନ ଆରମ୍ଭ ହେବ । ୧୨ଟାରୁ ଦିନ ୧ଟା ଭିତରେ ଅମିତ ଶାହ ଲୋକସଭାରେ ଅଭିଭାଷଣ ରଖିବେ । ସେହିପରି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଅପରେସନ୍ ସିନ୍ଦୂର ନେଇ ନିଜର ମତ ରଖିବେ । ଆଜି ରାଜ୍ୟସଭାରେ ମଧ୍ୟ ଅପରେସନ୍ ସିନ୍ଦୂର ଚର୍ଚ୍ଚା କରାଯିବ । ଗତକାଲି ଦିନ ୨ଟାରୁ ରାତି ପର୍ଯ୍ୟନ୍ତ ବିତର୍କ ଚାଲିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବିବୃତ୍ତି ରଖିଥିଲେ । ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ଲୋକସଭାରେ ମୁହାଁମୁହିଁ ହୋଇଥିଲେ । ଆଜି ଲୋକସଭା ଓ ରାଜ୍ୟସଭାରେ ଏନେଇ ପୁଣି ଶାସକ-ବିରୋଧୀ ମୁହାଁମୁହିଁ ହେବେ ।
ଅପରେସନ ସିନ୍ଦୂର ଉପରେ ବିତର୍କ : ବିରୋଧୀଙ୍କ ହୋହାଲ୍ଲା ଯୋଗୁ ରାଗିଲେ ଗୃହମନ୍ତ୍ରୀ, କହିଲେ ନିଜ ଦେଶର ମନ୍ତ୍ରୀଙ୍କ ଉପରେ ବିଶ୍ବାସ ନାହିଁ
ଆଜି ବି ଲୋକସଭାରେ ହେବ ଅପରେସନ୍ ସିନ୍ଦୂର ଚର୍ଚ୍ଚା । ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ନିଜର ବିବୃତି ରଖିବେ । ଦିନ ୧୨ଟାରେ ଅଧିବେଶନ ଆରମ୍ଭ ହେବ । ୧୨ଟାରୁ ଦିନ ୧ଟା ଭିତରେ ଅମିତ ଶାହ ଲୋକସଭାରେ ଅଭିଭାଷଣ ରଖିବେ ।
/kanak/media/media_files/2025/07/29/4-2025-07-29-08-46-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)