କନକ ବ୍ୟୁରୋ: କଳା, ସଂସ୍କୃତି ଓ ଐତିହ୍ୟର ମାଟି ମୟୂରଭଞ୍ଜ । ହେଲେ ନିକଟରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ପରେ ମୟୂରଭଞ୍ଜ ବିଭାଜନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ଜିଲ୍ଲାବାସୀଙ୍କ ମନରେ ସୃଷ୍ଟି କରିଛି ଦ୍ୱନ୍ଦ୍ୱ । ବାରିପଦା, କପ୍ତିପଦା, ବାମନଘାଟି ଓ ପାଞ୍ଚପିଢ଼ ୪ଟି ଉପଖଣ୍ଡକୁ ନେଇ ଗଠିତ ମୟୂରଭଞ୍ଜ ଜିଲ୍ଲା । ୨୬ବ୍ଲକ, ୪୦୪ ପଞ୍ଚାୟତ ଓ ୯ଟି ବିଧାନସଭା ଆସନ ଥିବା ଓଡ଼ିଶାର ସର୍ବବୃହତ୍ ଜିଲ୍ଲା । ଜିଲ୍ଲାର ବାମନଘାଟି ଓ ପାଞ୍ଚପିଢ଼ରେ ଥିବା ୧୨ଟି ବ୍ଲକକୁ ନେଇ ରାଇରଙ୍ଗପୁରକୁ ଏକ ଜିଲ୍ଲା ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଛି । କିଏ ଏହାକୁ ସମର୍ଥନ କରୁଛି ତ’ ଆଉ କିଏ ଏହା ବିପକ୍ଷରେ ମତ ବାଢୁଛି ।
ଜିଲ୍ଲା ବିଭାଜନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ । ୧୯୪୯ ଜାନୁଆରି ୧ରେ ମାର୍ଜାର ଚୁକ୍ତିନାମା ଅନୁସାରେ ମୟୂରଭଞ୍ଜ ଏକ ଜିଲ୍ଲା ଭାବେ ଓଡ଼ିଶାରେ ସାମିଲ ହୋଇଥିଲା । ତେଣୁ ମାର୍ଜାର ଚୁକ୍ତିନାମା ଅନୁସାରେ ଜିଲ୍ଲା ବିଭାଜନ କୌଣସି ପ୍ରକାର ଗ୍ରହଣ କରାଯିବନାହିଁ ବୋଲି କହିଛନ୍ତି ମହାରାଜା । ପାଖାପାଖି ୧୦ ହଜାର ୫ଶହ ବର୍ଗ କିମି ବ୍ୟାପିଥିବା ଏହି ଜିଲ୍ଲାକୁ ବିଭାଜନର କେତେ ଆବଶ୍ୟକତା ରହିଛି ତାହା ଜିଲ୍ଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବଦଳିବ କି ମୟୂରଭଞ୍ଜ ମାନଚିତ୍ର ? ଦୁଇ ଫାଳ ହୋଇଯିବ କିଚକେଶ୍ୱରୀ ମାଟି !
ଆୟତନ ଦୃଷ୍ଟିରୁ ଓଡ଼ିଶାର ବଡ଼ ଜିଲ୍ଲା ମୟୂରଭଞ୍ଜ । ଜିଲ୍ଲା ବିଭାଜନ ନେଇ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । କିଛି କରୁଛନ୍ତି ସମର୍ଥନ । କଳା, ସଂସ୍କୃତି ଓ ଐତିହ୍ୟ ଭଙ୍ଗ ହେବ କହି କିଛି କରୁଛନ୍ତି ବିରୋଧ ।
/kanak/media/media_files/2025/09/19/27-mayubhanj-2025-09-19-18-04-02.jpg)