କନକ ବ୍ୟୁରୋ: ରାଜ୍ୟରେ ଡାଇରିଆ ବ୍ୟାପିବା ପରେ ରାଜନୀତି ଜୋରଦାର । ଶାସକ ବିଜେପି ଓ ବିରୋଧୀ ବିଜେଡି ନେତାମାନେ ଗଣମାଧ୍ୟମ ସାମ୍ନାରେ କଥା କଟାକଟି ହୋଇଛନ୍ତି । ଜିଲ୍ଲାକୁ ଜିଲ୍ଲା ଡାଇରିଆ ଡେଇଁବା ନେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି, ଏ ଡବଲ୍ ଇଞ୍ଜିନ୍ ସରକାର ଆସିବାର ବର୍ଷେ ପୂରିଲାଣି ହେଲେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି । କେବଳ ହଇଜା ନୁହେଁ ରାଜ୍ୟରେ ସବୁ କ୍ଷେତ୍ରରେ ସ୍ଥିତି ବିଗିଡ଼ି ଯାଇଛି । ହସ୍ପିଟାଲ୍ ଗଲେ ବି.ଏସ୍.କେ.ୱାଇ. କାର୍ଡ ଚାଲୁନି, ଆଇନ୍ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ତ ହୋଇଯାଇଛି, ଦରଦାମ ନିୟନ୍ତ୍ରଣ ବାହାରେ । ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଥିବା ଡ୍ରିଙ୍କିଂ ଫ୍ରମ୍ ଟ୍ୟାପ୍ ଯୋଜନା ଠିକ୍ ସେ କାର୍ଯ୍ୟକାରୀ ହେଉନାହିଁ । ଯଦି କାଠଯୋଡ଼ିରେ ବ୍ୟାରେଜ୍ ସ୍ଥାପନା ହୁଅନ୍ତା ତେବେ କଟକରେ ପିଇବା ପାଣିର ସମସ୍ୟା ହୁଅନ୍ତାନି ।
ସେପଟେ ଏକାମ୍ର ବିଧାୟକ ବାବୁ ସିଂ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି । ବାବୁ କହିଛନ୍ତି, ପୂର୍ବରୁ ୨୪ ବର୍ଷର ସରକାର ଥିଲା, ପାନୀୟ ଜଳ ଯୋଗାଣରେ ଆମେ ଏକ ନମ୍ବର ବୋଲି ଏବେ ବି ବିଭିନ୍ନ ସ୍ଥାନରେ ହୋର୍ଡିଂ ଲାଗିଛି, ହଟିନି । ଦୁଃଖର ବିଷୟ ଏଯାଏଁ ଠିକ୍ ଭାବେ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚିପାରିନି । ଏମାନେ ନୂତନ ସରକାରକୁ ଦୋଷ ଦେଉଛନ୍ତି । ୨୪ ବର୍ଷ ଧରି କୋଉଠି ଶୋଇଥିଲେ ପୂର୍ବ ସରକାର ? ରାଜ୍ୟବାସୀଙ୍କ ପାଖରେ କାହିଁକି ପାନୀୟ ଜଳ ପହଞ୍ଚାଇ ପାରିଲେନି ? ଭଲ ଡାକ୍ତରଖାନା ବି କରିପାରିଲେନି । ଗୋଟିଏ ବର୍ଷ ବି ପୂରିନି ବିଜେପି ସରକାରକୁ, ପ୍ରଶ୍ନ କରିବାକୁ ବିରୋଧୀଙ୍କ ମୁହଁରେ ବାଟୁଳି ବାଜୁନି କେମିତି । ଗୋଦରୀ ଲୋ ତୋ ଗୋଡ଼କୁ ଅନା । ଅନ୍ୟକୁ ଦୋଷ ନଦେଇ ଅପେକ୍ଷା କରନ୍ତୁ ଏ ଡବଲ୍ ଇଞ୍ଜିନ୍ ସରକାର ସବୁ ଦୋଷ ଦୁର୍ବଳତା ଖାଲଖମାକୁ ପୂରଣ କରି ବିକାଶ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/06/22/555-2025-06-22-17-28-43.jpg)