ଦେବାଶିଷ ସାମନ୍ତରାୟଙ୍କ ବଡ଼ ବୟାନ : କହିଲେ, ପୂରା ଷଡ଼ଯନ୍ତ୍ର ପଛରେ ଭିକେ ପାଣ୍ଡିଆନ୍

ପାଣ୍ତିଆନଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ସେ ସିଧାସଳଖ  ଅଭିଯୋଗ ଆଣିଛନ୍ତି ଷଡଯନ୍ତ୍ର ପଛରେ ପାଣ୍ତିଆନଙ୍କ ହାତ ରହିଛି ।

pandian 15

Photograph: (KanakNews)

କନକବ୍ୟୁରୋ : ଏବେ ବିଜେଡି ଦଳରେ ଧୀରେ ଧୀରେ ବିଦ୍ରୋହର ସ୍ବର ବଢିବାରେ ଲାଗିଛି  । ସେହି ବିଦ୍ରୋହର ସ୍ବର ଏତେ ମାତ୍ରାରେ ବଢିଛି ତାହା ଏବେ ଘନେଇବାରେ ଲାଗିଲାଣି । ଏହାରି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ବର୍ତ୍ତମାନ ଦଳର ବିଭୀଷଣ ଭାବେ ପାଣ୍ତିଆନଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ।  ସେ ସିଧାସଳଖ  ଅଭିଯୋଗ ଆଣିଛନ୍ତି ଷଡଯନ୍ତ୍ର ପଛରେ ପାଣ୍ତିଆନଙ୍କ ହାତ ରହିଛି ।  ସେପଟେ  ବିଜେଡିର ବରିଷ୍ଠ  ନେତା ମୁନ୍ନା ଖାଁଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ସଂଖ୍ୟାଲଘୁଙ୍କ ସ୍ବାର୍ଥ ଆମର ପ୍ରାଥମିକତା  ।  ଦୁଇ ଦିନ ଭିତରେ ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡିର କେତେକ ସାଂସଦ ଭୋଟ୍ ଦେବା ଘଟଣାର ସମାଧାନ କରିବି ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲାଗି ନେବି। ସୂଚନାଯୋଗ୍ୟ  ଭୁବନେଶ୍ୱର ଫେରି ସସ୍ମିତଙ୍କ ଉପରେ ଗର୍ଜିଲେ ରାଜ୍ୟସଭା ସାଂସଦ ମୁନା ଖାଁ  ।  କହିଲେ. ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି  ନିଷ୍ପତ୍ତି ନିଆଯାଏ ।  ଆମ ସଂସଦୀୟ ଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ଯାହାର ବିବେକ କିମ୍ବା ଆତ୍ମା ବିଜେପିକୁ ସମର୍ଥନ କରିବାକୁ କହୁଛି ସେ ବିଜେପିକୁ ଚାଲିଯାଉନାହାନ୍ତି କାହିଁକି? ବିଜେଡିରେ ଦୋମୁହାଁ ନୀତି ରଖିଥିବା ଲୋକଙ୍କର ଜାଗା ନାହିଁ ବୋଲି ପରୋକ୍ଷରେ ସସ୍ମିତଙ୍କୁ କହିଛନ୍ତି ମୁନା ।  

ବିଜୁ ବାବୁଙ୍କ ନାଁରେ ତିଆରି ହୋଇଥିବା ବିଜେଡି ହେଉଛି ଧର୍ମ ନିରପେକ୍ଷ ଦଳ । ନବୀନ ବାବୁ ହେଉଛନ୍ତି ଧର୍ମ ନିରପେକ୍ଷ ନେତା । ପାର୍ଲାମେଣ୍ଟ ଆରମ୍ଭ ପୂର୍ବରୁ ନବୀନ ନିବାସରେ ସଂସଦୀୟଦଳ ବୈଠକ ବସିଥିଲା ଏବଂ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ବୋଲି ସବୁ ରାଜ୍ୟସଭା ସଦସ୍ୟଙ୍କୁ ସୁପ୍ରିମୋ କହିଥିଲେ । ଏପରିକି ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ଆମ ନେତା ମୋତେ ଅନୁମତି ଦେଇଥିଲେ । ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି । କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ୍ କଲେ ଯେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି  ।

ଟ୍ୱିଟ୍ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନି । ସେ ବିଦେଶ ଗସ୍ତରେ ଅଛନ୍ତି ଫେରିଲେ ଉତ୍ତର ଦେବେ କିଏ କହିଲା ତାଙ୍କୁ ସମର୍ଥନ କରିବାକୁ । ମୋର ବିଶ୍ୱାସ ନବୀନ ବାବୁ ୱାକଫ୍ ବିଲକୁ ସମର୍ଥନ କରିବାକୁ କହିନଥିବେ କାରଣ ବିଜୁ ଜନତା ଦଳ ସବୁବେଳେ ଧର୍ମ ନିରପେକ୍ଷତାକୁ ବିଶ୍ୱାସ କରେ ।  ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡିର ନିଷ୍ପତ୍ତି କାହିଁକି ବଦଳିଲା, ଏନେଇ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ । ଅଧିକ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ ।

ନବୀନ ପଟ୍ଟନାୟକ ସବୁ କଥା ଜାଣିଛନ୍ତି । ସସ୍ମିତ ପାତ୍ର କାହିଁକି ଏଭଳି କଲେ, ତାହା ନବୀନ କହିପାରିବେ । ଏଣୁ ନବୀନ ଦଳ ଲୋକଙ୍କୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ। କେଉଁ ପରିପ୍ରେକ୍ଷୀରେ ନିଷ୍ପତ୍ତି ବଦଳିଲା ବିଜେଡିକୁ ନେଇ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି  ।  ବିଜେଡିରେ ଏକ ବିଚିତ୍ର ସ୍ଥିତି ଉପୁଜିଛି । ପ୍ରକୃତ ଚିତ୍ର କଣ ତାହା ସ୍ପଷ୍ଟ ହେବା ଦରକାର।  ଆଜି ଏନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡିର ନିଷ୍ପତ୍ତି କାହିଁକି ବଦଳିଲା,

ଏନେଇ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ। ଅଧିକ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ  ।  ନବୀନ ପଟ୍ଟନାୟକ ସବୁ କଥା ଜାଣିଛନ୍ତି ।  ସସ୍ମିତ ପାତ୍ର କାହିଁକି ଏଭଳି କଲେ, ତାହା ନବୀନ କହିପାରିବେ। ଏଣୁ ନବୀନ ଦଳ ଲୋକଙ୍କୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ  ।  କେଉଁ ପରିପ୍ରେକ୍ଷୀରେ ନିଷ୍ପତ୍ତି ବଦଳିଲା ବିଜେଡିକୁ ନେଇ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି। ବିଜେଡିରେ ଏକ ବିଚିତ୍ର ସ୍ଥିତି ଉପୁଜିଛି। ପ୍ରକୃତ ଚିତ୍ର କଣ ତାହା ସ୍ପଷ୍ଟ ହେବା ଦରକାର ।  ପୂର୍ବରୁ ବଦ୍ରି ପାତ୍ର, ପ୍ରଭାତ ତ୍ରିପାଠୀ, ଦେବାଶିଷ ସାମନ୍ତରାୟ,ପ୍ରସନ୍ନ ଆଚାର୍ଯ୍ୟ ଓ ଗଣେଶ୍ବର ବେହେରାଙ୍କ ଭଳି ବରିଷ୍ଠ ନେତାମାନେ ବିସ୍ଫୋରକ ବୟାନ ଦେଇସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe