କନକ ବ୍ୟୁରୋ : ବିଜେପି ନେତାଙ୍କୁ ହାଇୱା ଗାଡି ଚଢାଇ ନିର୍ମମ ହତ୍ୟା ଘଟଣାର ଚାଲିଛି ଖୋଳତାଡ଼ । କାହିଁକି ହତ୍ୟା କଲା ହାଇୱା ଡ୍ରାଇଭର ସେନେଇ ତଦନ୍ତ କରୁଛି ପୋଲିସ । ହାଇୱା ସଂସ୍ଥାର କର୍ମଚାରୀଙ୍କୁ ଡାକି ପଚରାଉଚରା କରୁଛି ପୋଲିସ । କେବଳ ହତ୍ୟାକାଣ୍ଡ ଘଟାଇଥିବା ହାଇୱା ଡ୍ରାଇଭରକୁ ପୋଲିସ ଗିରଫ କରିଛି ।

Advertisment

ଏହାରି ଭିତରେ ବଡ଼ ବୟାନ ରଖିଛନ୍ତି ସମ୍ବଲପୁର ଏସ୍‌ପି । ତଦନ୍ତ ସମୟରେ ପ୍ରତ୍ୟେକ ଥର ଅଲଗା ଅଲଗା ଉତ୍ତର ରଖୁଛି ଡ୍ରାଇଭର । ଗାଡି ମାଲିକଙ୍କୁ ବି ପଚରାଉଚରା କରାଯିବ । ସଂଧ୍ୟା ସୁଦ୍ଧା ଘଟଣାର ପୃଷ୍ଠଭୂମି ଜଣାପଡିବ । ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ହାଇୱା ଡ୍ରାଇଭର ଜାଣିଶୁଣି ହତ୍ୟା କରିଥିବା ଏସପି କହିଛନ୍ତି ।

କେମିତି ହେଲା ନେତାଙ୍କୁ ହତ୍ୟା?
- ଗତ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକଙ୍କ ସହ ଭୁବନେଶ୍ବର ଆସିଥିଲେ ବିଜେପି ନେତା
- ଚାଷୀ ସମସ୍ୟା ନେଇ ନାଉରୀ ନାୟକଙ୍କ ସହ ଭୁବନେଶ୍ବର ଆସିଥିଲେ ୫ ବିଜେପି ନେତା
- ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ
- ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ନାଉରୀ ନାୟକଙ୍କ ସହ ସମ୍ବଲପୁର ଯାଇଥିଲେ
- ନାଉରୀ ନାୟକ ଓ ଅନ୍ୟ ଜଣେ ସମ୍ବଲପୁରରେ ରହିଯାଇଥିଲେ
- ଅନ୍ୟମାନେ ଗୋଟିଏ କାରରେ ଗାଁ ଅଭିମୁଖେ ବାହାରିଥିଲେ
- କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ହାଇୱା ପଛପଟୁ ଧକ୍କା ଦେଇଥିଲା
- ହାଇୱା ଧକ୍କାରେ କାରର ପଛପଟ କାଚ ଭାଙ୍ଗି ଯାଇଥିଲା
- ଏହା ପରେ ପୁଣି ଥରେ କାରକୁ ଧକ୍କା ଦେଇଥିଲା ହାଇୱା
- କାର ଚାଳକ ଜାତୀୟ ରାଜପଥ ଛାଡି ଝରେଇପାଲି ଗାଁ ରାସ୍ତାରେ କାର ନେଇଥିଲେ
- ହାଇୱା ଚାଳକ ଜାତୀୟ ରାଜପଥରୁ ଗାଁ ରାସ୍ତାର ଶହେ ମିଟର ଦୂରରେ କାରକୁ ଧକ୍କା ଦେଇଥିଲା
- ହାଇୱା ଧକ୍କା ଦେବାରୁ ବିଜେପି ନେତା ଥିବା କାରଟି ଓଲଟି ପଡ଼ିଥିଲା
- କାରରେ ଥିବା ବିଜେପି ନେତା ଚିତ୍କାର କରିଥିଲେ
- ନେତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକ
- ଘଟଣାସ୍ଥଳରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି

ଗତକାଲି ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲା ଡ୍ରାଇଭର ପ୍ରସନ୍ନ ଜେନାମଣି । ଇଛା ହେଲା ବୋଲି ମାରିଦେଇଥିବା କହିଥିଲା ପ୍ରସନ୍ନ । ହାଇୱା ଧକ୍କାରେ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିବା ପରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି । ତେବେ ଚାଳକଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ପଛରେ କାହାର ହାତ ଅଛି ତାହା ଉପରେ ପୁଲିସ ଅଧିକ ତଦନ୍ତ ଚଳାଇଛି ।

ଚର୍ଚ୍ଚା ବଢାଇଲା ଡ୍ରାଇଭରଙ୍କ ବୟାନ
- ଚର୍ଚ୍ଚା ବଢାଇଛି ହାଇୱା ଡ୍ରାଇଭର ପ୍ରସନ୍ନ ଜେନାମଣିଙ୍କ ବୟାନ
- ଇଚ୍ଛା ହେଲା ବୋଲି ମାରିଦେଇଥିବା କହିଛି ଡ୍ରାଇଭର
- ପ୍ରସନ୍ନଙ୍କ ବୟାନକୁ ନେଇ ସୃଷ୍ଟି ହୋଇଛି ହଟଚମଟ
- ବିଜେପି ନେତାଙ୍କୁ ହତ୍ୟା ପଛରେ ରହିଛି କି ଷଡ଼ଯନ୍ତ୍ର?
- ଯୋଜନାବଦ୍ଧ ହତ୍ୟାକାଣ୍ଡ ପଛରେ ରହିଛି କାହାର ହାତ?
- ବିଜେପି ନେତାଙ୍କୁ ହତ୍ୟା କରିବା ପଛର ମାଷ୍ଟରମାଇଣ୍ଡ କିଏ?
- ଜାଣିଶୁଣି କାରକୁ ପଛରୁ କାହିଁକି ଧକ୍କା ଦେଇଥିଲା ପ୍ରସନ୍ନ?
- ହତ୍ୟା କରିବା ପୂର୍ବରୁ କାହା ସହ ଯୋଗାଯୋଗରେ ଥିଲା ପ୍ରସନ୍ନ?
- ପ୍ରସନ୍ନଙ୍କ କଲ୍‌ ରେକର୍ଡରୁ ବାହାରିବ ସତ?