କନକ ବ୍ୟୁରୋ: ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ । କୋଣାର୍କ ଥାନା ଜଗନ୍ନାଥପଡ଼ା ଗ୍ରାମର ଲକ୍ଷ୍ମୀଧର ପ୍ରଧାନ ସାଇକେଲରେ ଜନ୍ନହିଁବାଲିଆ ଛକରୁ ଘରକୁ ଫେରୁଥିଲା ବେଳେ ନୟାହାଟ ଫାଣ୍ଡି ଅଧୀନ ତିରୁଣା-ଉପୁଳା ମୁଖ୍ୟ ରାସ୍ତାରେ ହଠାତ ବଜ୍ରପାତ ଶିକାର ହୋଇ ଜଳିଗଲେ । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେପଟେ ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତ ଇସ୍କାବନ୍ଧ ଗାଁରେ ବିଜୁଳି ଘଡଘଡିରେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗାଁ ପାଖ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା । ଜଙ୍ଗଲରୁ ଗାଁକୁ ୨ ଜଣ ଝିଅ ଫେରିବା ବେଳେ ରାସ୍ତାରେ ଘଡଘଡି ମାରିଥିଲା । ଘଟଣା ସ୍ଥଳରେ ହିଁ ଜଣେ ଝିଅର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଝିଅ ଗୁରୁତର ହୋଇ ପଡ଼ିଥିବା ଜଣାପଡିଛି ।