ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ୫୩ ନମ୍ବର ଜାତୀୟ ରାଜପଥ କାମ ଅତି ନମ୍ନମାନର, ଅବଧି ସରିଲାଣି, ହେଲେ ସରୁନି ଶିଳ୍ପ କରିଡ଼ରକୁ ରାସ୍ତା

ରାଜପଥର ଗୋଟିଏ ପଟେ କଳିଙ୍ଗ ନଗର ଓ ଅନ୍ୟପଟେ ରହିଛି ପାରାଦୀପ । ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକଶିତ କରିବାରେ ଏହାର ପ୍ରମୁଖ ଭୂମିକା ରହିଛି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଠିକାଦାର ମନଇଚ୍ଛା କାମ ଚଳାଉଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଆସନ୍ତା ଡିସେମ୍ବର ସୁଦ୍ଧା କାର୍ଯ୍ୟ  ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଅନୁରୋଧ କରିଥିବା କହିଛନ୍ତି ଯାଜପୁର ସାଂସଦ ।

23

କନକ ବ୍ୟୁରୋ :  ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ।  ଅବଧି ସରିବା ପରେ ବି ଶେଷ ହେଉନି ଶିଳ୍ପ କରିଡରକୁ ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଠିକାଦାର ମନମୁଖୀ କାମ ଚଳାଇଥିବା ଅଭିଯୋଗ ଆସିଛି । ଫଳରେ ଅବଧି ସରିବା ପରେ ବି ରାସ୍ତା ନିର୍ମାଣ ସରୁନି । 

ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ । ଏହି ରାସ୍ତାକୁ ସମ୍ପ୍ରସାରଣ ଏବଂ ଆଠ ଥାକିଆ କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇ ଏକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା । ହେଲେ ଠିକା କମ୍ପାନି ଜଣେ ଛୋଟ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ୱ ଦେଇ ବସିପଡ଼ିଛି । ଫଳରେ ୧୦ ବର୍ଷରୁ ଅଧିକ ସମୟ ହେଲାଣି କାମ ସରୁନି । ସ୍ଥାନେ ସ୍ଥାନେ ରାସ୍ତା ଖୋଳା ହୋଇଥିବାରୁ ଯାତ୍ରୀ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ଆସୁଛି । ଯିବା ସମୟରେ ଧୂଳିରେ ପୋତି ହୋଇଯାଉଛନ୍ତି ପଥଚାରୀ। ଅନେକ ସ୍ଥାନରେ ଫ୍ଲାଏ- ଓଭର୍‌ କାମ ସରିଥିଲେ ମଧ୍ୟ ଆପ୍ରୋଚ୍‌ ରୋଡ୍‌ କାମ ନସରିବା କାର୍ଯ୍ୟର  ସମ୍ପୂର୍ଣ୍ଣତାକୁ ନେଇ ସନ୍ଦେହ ସୃଷ୍ଟି କରିଛି। 

ରାଜପଥର ଗୋଟିଏ ପଟେ କଳିଙ୍ଗ ନଗର ଓ ଅନ୍ୟପଟେ ରହିଛି ପାରାଦୀପ । ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକଶିତ କରିବାରେ ଏହାର ପ୍ରମୁଖ ଭୂମିକା ରହିଛି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଠିକାଦାର ମନଇଚ୍ଛା କାମ ଚଳାଉଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଆସନ୍ତା ଡିସେମ୍ବର ସୁଦ୍ଧା କାର୍ଯ୍ୟ  ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଅନୁରୋଧ କରିଥିବା କହିଛନ୍ତି ଯାଜପୁର ସାଂସଦ ।

ପରିବହନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ଏହି ରାସ୍ତା ନିର୍ମାଣ ଡିସେମ୍ବର ସୁଦ୍ଧା ନସରିଲେ ଏକ ବଡ଼ଧରଣର ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe