କନକ ବ୍ୟୁରୋ : ଗୁଜରାଟର ବଡୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ଗମ୍ଭୀରା ପୋଲ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବୁଧବାର ରାତିରେ ଆଉ ଦୁଇଟି ଶବ ଉଦ୍ଧାର ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା । ଏନଡିଆରଏଫ୍ ଓ ଏସଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଞ୍ଚ ଜଣ ଆହତଙ୍କୁ ବଡୋଦରାର ଏସଏସଜି ହସ୍ପିଟାଲରେ ଚିକିତ୍ସା କରାଯାଉଛି, ତେବେ କେହି ଗୁରୁତର ନାହାନ୍ତି । ବଡୋଦରା ଜିଲ୍ଲା ମାଜିଷ୍ଟ୍ରେଟ ଅନିଲ ଧାମେଲିୟା କହିଛନ୍ତି ,ଉଦ୍ଧାର କାର୍ଯ୍ୟ ନଦୀରେ ୪ କିଲୋମିଟର ପର୍ଯ୍ୟନ୍ତ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପୋଲ ଭୁଶୁଡ଼ିବାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।
ଗୁଜରାଟ ଭଦୋଦରା ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି, ନଦୀରେ ନିଖୋଜ ଯାତ୍ରୀଙ୍କୁ ଖୋଜିବା ପ୍ରକ୍ରିୟା ଜାରି
ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା । ଏନଡିଆରଏଫ୍ ଓ ଏସଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଞ୍ଚ ଜଣ ଆହତଙ୍କୁ ବଡୋଦରାର ଏସଏସଜି ହସ୍ପିଟାଲରେ ଚିକିତ୍ସା କରାଯାଉଛି, ତେବେ କେହି ଗୁରୁତର ନାହାନ୍ତି ।
/kanak/media/media_files/2025/07/10/43-2025-07-10-21-23-13.jpg)