ନେପାଳରେ ଭୟଙ୍କର ଜଳପ୍ରଳୟ; ବନ୍ୟାରେ ଏଯାଏଁ ୧୧୨ ଜଣଙ୍କର ଗଲାଣି ଜୀବନ

ନେପାଳରେ ଭୟଙ୍କର ଜଳପ୍ରଳୟ । ବନ୍ୟାରେ ଏଯାଏଁ ୧୧୨ ଜଣଙ୍କର ଗଲାଣି ଜୀବନ । ପାଣିଘେରରେ ହଜାର ହଜାର ଘର । ୪ ଦିନ ଧରି ଲାଗିରହିଛି ବର୍ଷା ।

nepal

କନକ ବ୍ୟୁରୋ:  ନେପାଳରେ ପ୍ରକୃତିର ତାଣ୍ଡବ ଜାରି ।  ଲଗାଣ ବର୍ଷାରେ ଦେଶରେ ଦେଖାଦେଇଛି  ଡାକି ଆଣିଛି ବନ୍ୟା। ବନ୍ୟାରେ ଏଯାଏଁ ୧୧୨ ଜଣଙ୍କ ମୃତ୍ୟୁ ହେଲାଣି। 

ଶୁକ୍ରବାରଠାରୁ ଜାରି ବର୍ଷାରେ ନେପାଳର ଅନେକ ସହରାଞ୍ଚଳ ଜଳମଗ୍ନ ହୋଇଛି। ମୁଶଳଧାର ବର୍ଷା ଲାଗି ରହିଥିବାରୁ ବିପର୍ଯ୍ୟୟ ପ୍ରସମନ ଅଧିକାରୀ ବନ୍ୟା ଚେତାବନୀ ଜାରି କରିଛନ୍ତି। ପୋଲିସ ସୂଚନା ଅନୁସାରେ ରାଜଧାନୀ କାଠମାଣ୍ଡୁରେ ୨୨୬ ଘର ବନ୍ୟାଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୋଲିସ ପକ୍ଷରୁ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। 

ଅନ୍ୟପଟେ ନେପାଳରେ ହେଉଥିବା ବର୍ଷା ବିହାରରେ କୋଶି ଓ ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧିର କାରଣ ପାଲଟିଛି। ଫଳରେ ତଳିଆ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ନେପାଳରେ ଗୁରୁବାରଠାରୁ ବର୍ଷା ଲାଗି ରହିଛି। ଦେଶରେ ଜାରି ବର୍ଷା ଯୋଗୁ ନେପାଳ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ନିମନ୍ତେ ଛୁଟି ଘୋଷଣା କରିଛି। ବର୍ଷା ଯୋଗୁ ଉପୁଜିଥିବା ବନ୍ୟା ପରିସ୍ଥିତିରେ ପାଖାପାଖି ୪୪ଟି ସ୍ଥାନରେ ମୁଖ୍ୟ ରାଜମାର୍ଗ ଅବରୋଧ ହୋଇଛି। ସେହିପରି ବନ୍ୟା ଯୋଗୁ ଟ୍ରାନ୍ସମିସନ ଲାଇନ ବାଧିତ ହେବା ଯୋଗୁ ଶନିବାର ଦିନତମାମ କାଠମାଣ୍ଡୁରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି। ମଧ୍ୟାହ୍ନ ୧୨ଟା ବେଳେ କୋଶି ବ୍ୟାରେଜର ୫୬ଟି ଫାଟକ ଖୋଲି ଦିଆଯାଇଛି।  ସେହିପରି ଗଣ୍ଡକ ବ୍ୟାରେଜରୁ ୪ ଲକ୍ଷ କ୍ୟୁସେକ ପାଣି ପ୍ରବାହୀତ ହେଉଥିବା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe