କନକ ବ୍ୟୁରୋ: ପଥର ଖାଦାନ ବିସ୍ଫୋରଣରେ ୮କୁ ବଢିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା । ଆନ୍ଧ୍ର ପ୍ରଦେଶରେ ପଥର ଖାଦାନରେ ଅଘଟଣ ଘଟି ୮ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦିଗପହଣ୍ଡିର ୪ ଜଣ ଓ ମୋହନାର ୨ ଜଣ ଶ୍ରମିକ । କାମ କରୁଥିବାବେଳେ ହାଠତ ବିସ୍ଫୋରଣ ହୋଇଥିଲା ଓ ଏଥିରେ ଚାପି ହୋଇଯାଇଥିଲେ ଶ୍ରମିକ । ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଶ୍ରମିକମାନେ କାମ କରୁଥିଲେ । ଏମାନଙ୍କ ମଧ୍ୟରୁ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ । କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା । ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପଥରଖଣିରେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣା ନେଇ ବିସ୍ତୃତ ସୂଚନା ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଧରାକୋଟ ତହସିଲଦାର ମୃତ ସନ୍ତୋଷ ଗୌଡ଼ ପରିବାରଙ୍କୁ ସାକ୍ଷାତ କରିଛନ୍ତି କ୍ଷ ଆଜି ସଖାଳୁ ଦିଗପହଣ୍ଡି ପହଞ୍ଚିବ। ତହସିଲଦାର ଉଭୟ ପରିବାରଙ୍କୁ ଶବ ହସ୍ତାନ୍ତର କରିବେ କ୍ଷ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ରାଶି ପ୍ରଦାନ କରାଯିବ।