ମହାକୁମ୍ଭରେ ଦଳାଚକଟା  ; ୩୦ରୁ ଅଧିକ ମୃତ୍ୟୁ ସୂଚନା

ମହାକୁମ୍ଭ ଦଳାଚକଟା ଘଟଣାରେ ବଢ଼ୁଛି ମୃତକଙ୍କ ସଂଖ୍ୟା । ପ୍ରୟାଗରାଜ ଡିଆଇଜିଙ୍କ ସୂଚନା, ୩୦ରୁ ଅଧିକଙ୍କ ମୃତ୍ୟୁ । ମୌନୀ ଅମାବାସ୍ୟା ଅମୃତସ୍ନାନ ସମୟବେଳେ ବଢ଼ିଭୋରରୁ ଘଟିଥିଲା ଅଘଟଣ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଃଖ ପ୍ରକାଶ । ସୁରକ୍ଷା ତ୍ରୁଟି ଦର୍ଶାଇ ୟୁପି ସରକାରଙ୍କ ଇସ୍ତଫା ଦାବି କଲେ ବିରୋଧୀ ।

stampede

stampede Photograph: (kanaknews)

କନକ ବ୍ୟୁରୋ: ଏପଟେ ବି ଭିଡ଼...ସେପଟେ ଭିଡ଼, ଆଖି ପାଇବା ଯାଏ ମାଳ ମାଳ ଶ୍ରଦ୍ଧାଳୁଙ୍କ ମେଳ । ଏଭଳି କିଛି ଦୃଶ୍ୟ ଭିତରେ ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭରୁ ଆସିଛି ଅଘଟଣର ଖବର । ଦ୍ବିତୀୟ ତଥା ବୃହତ ସାହି ସ୍ନାନ ବେଳେ ବୁଧବାର ଭୋର ସମୟରୁ ପ୍ରୟାଗରାଜରେ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି । ଏହି ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ତେବେ ଆହତ ଓ ନିଖୋଜଙ୍କ ସବିଶେଷ ବିବରଣୀ ପ୍ରଶାସନ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରିଛି।
 
ଦଳାଚକଟା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଭିଆଇପିଙ୍କୁ ଗୁରତ୍ବ ଦେବା ସହ ସଠିକ ଭାବେ ଭିଡ଼କୁ ନିୟନ୍ତ୍ରଣ ନକରିବା ଫଳରେ ଏଭଳି ଅଘଟଣ ଘଟିଥିବା ବିରୋଧୀ ଦଳଙ୍କ ସମେତ ସାଧୁସନ୍ଥ ମାନେ ମାନେ ଅସନ୍ତୋଷ ଜାହିର କରିଛନ୍ତି। 

ଏଭଳି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପଟେ ସ୍ଥିତି ଏବେ ସମ୍ପୂଣ୍ଣ ନିୟନ୍ତ୍ରଣାଧୀନ ରହିଛି, ଗୁଜବକୁ କେହି ବିଶ୍ବାସ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୌନୀ ଅମାବାସ୍ୟା ଅବସରରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳ ଜନସମୁଦ୍ରରେ ପରିଣତ ହୋଇଛି। ଗୋଟିଏ ଦିନରେ ପାଖାପାଖି ୮ରୁ ୧୦ କୋଟି ଲୋକ ବୁଡ଼ ପକାଇଥିବା ଆକଳନ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe