କନକ ବ୍ୟୁରୋ : ଆଦିବାସୀ ଆବାସିକ ହଷ୍ଟେଲରେ ବଢିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଏହି ସଂଖ୍ୟା ଗତ ଆଠ ମାସରେ ୨୬ ରେ ପହଁଚିଛି । ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି, SC ST  ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମୃତ ୨୬ ଜଣଙ୍କ ମଧ୍ୟରୁ ୬ ଜଣ ଆତ୍ମହତ୍ୟା କରି ଓ ୨୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଛି । ସର୍ବାଧିକ ମୃତ ରାୟଗଡା ଜିଲ୍ଲାରେ ହୋଇଥିବା ସୂଚନା । 

Advertisment

ପୂର୍ବରୁ ରାୟଗଡାରେ ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବାର ଅନେକ ଥର ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ହଷ୍ଟେଲ ଯୋଗୁଁ ପାଠ ପଢା କ୍ଷେତ୍ରରେ  ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ୍ନ ହୋଇଥିବା ମଧ୍ୟ ସାମ୍ନାକୁ ଆସିଛି ।