କନକ ବ୍ୟୁରୋ: ଡୋମିନିକାନ୍ ରିପବ୍ଲିକ ରାଜଧାନୀରେ ଗତ ମଙ୍ଗଳବାର ଏକ ନାଇଟ୍ କ୍ଲବ୍ର ଛାତ ଭୁଶୁଡ଼ି ପଡ଼ିଥିଲା । ସେତେବେଳେ କ୍ଲବ୍ରେ ୩୦୦ ଜଣ ରହିଥିଲେ । ଏହି ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖବର ଲେଖାଯିବା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି । ଏହି ଘଟଣାରେ ପ୍ରାୟ ୧୬୦ ଜଣ ଆହତ ବି ହୋଇଛନ୍ତି । ଆହତଙ୍କ ପ୍ରକୃତ ସଂଖ୍ୟା ଏଯାଏଁ ସରକାରୀ ଭାବରେ ପ୍ରକାଶ କରାଯାଇ ନାହିଁ । କୁହାଯାଉଛି ମୃତ୍ୟୁ ସଂଖ୍ୟା ୨୦୦ ଛୁଇଁପାରେ । ଡୋମିନିକାନ୍ର ଜଣେ ସରକାରୀ ଅଧିକାରୀ କହିଛନ୍ତି, ଜେଟ୍ ସେଟ୍ ନାଇଟ୍ ନାମକ କ୍ଲବ୍ର ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଗତ ମଙ୍ଗଳବାର ଏଠାରେ ଜଣାଶୁଣା କଣ୍ଠଶିଳ୍ପୀ ରୁବି ପେରେଜ୍ ଓ ତାଙ୍କ ଅର୍କେଷ୍ଟ୍ରା ସଙ୍ଗୀତ ପରିବେଷଣ କରୁଥିବା ବେଳେ ନାଇଟ୍ କ୍ଲବ୍ର ଛାତ ଭୁଶୁଡ଼ି ପଡ଼ିଥିଲା । ରାତି ପ୍ରାୟ ୧ଟା ବେଳେ ଏହି ଅଘଟଣ ଘଟିଥିଲା । ଘଟଣାସ୍ଥଳରୁ ରୁବି ପେରେଜ୍ ଓ ସାଥି କଳାକାରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସ୍ଥିତି ଏତେ ଜଟିଳ ରହିଛି ଯେ କିଛି ମୃତଦେହକୁ ଚିହ୍ନଟ କରିବା ବି ସମ୍ଭବ ହେଉନି । ସେଠାକାର ଜରୁରୀକାଳୀନ ସେବା ଅଧିକାରୀଙ୍କ ମତରେ ଆହୁରି ୨୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ।
ନାଇଟ କ୍ଲବ୍ ଛାତ ଭୁଶୁଡ଼ିବା ଘଟଣା, ମୃତ୍ୟୁସଂଖ୍ୟା ୧୮୪କୁ ବୃଦ୍ଧି
ଡୋମିନିକାନ୍ ରିପବ୍ଲିକରେ ନାଇଟ କ୍ଲବ ଛାତ ଉୂଶୁଡିବା ଘଟଣା । ମୃତ୍ୟୁସଂଖ୍ୟା ୧୮୪କୁ ବୃଦ୍ଧି । ସଂଙ୍ଗୀତ ପରିବେଷଣ ସମୟରେ ମଧ୍ୟୃ ରାତ୍ରିରେ ଭୂଶୁଡିଥିଲା କୋଠା । ପ୍ରଖ୍ୟାତ ଗାୟକ ରୁବି ପେରଜଙ୍କ ମୃତ୍ୟୁ ।
/kanak/media/media_files/2025/04/10/1ii891W2XNUoJoxzyAzq.jpg)