କନକ ବ୍ୟୁରୋ: ବିଷାକ୍ତ ମଦ ନେଉଛି ଜୀବନ । ୧୯୯୨ ମସିହା ଠାରୁ ଏଯାବତ୍ ବିଷାକ୍ତ ମଦ ନେଲାଣି ମୋଟ ୨୩୧ ଜଣଙ୍କ ମୁଣ୍ଡ । ବିଧାନସଭାରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ୧୯୯୨ରେ କଟକରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି
୨୦୦୧ରେ ପୁରୀରେ ୨୦ ଜଣଙ୍କ ମୃତ୍ୟୁ
୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତ୍ୟୁ
୨୦୦୯ରେ ଖୋର୍ଦ୍ଧାରେ ୩ ଏବଂ ବଲାଙ୍ଗୀରରେ ୭ ଜଣଙ୍କ ମୃତ୍ୟୁ
୨୦୧୨ରେ ଭୁବନେଶ୍ୱର-କଟକ ଟୁକୁଲିପଡାରେ ୪୧ ଜଣଙ୍କ ମୃତ୍ୟୁ
୨୦୧୯ରେ ଭଦ୍ରକ ତିହିଡିରେ ୭ ଜଣଙ୍କ ମୃତ୍ୟୁ ବିଷାକ୍ତ ମଦ କାରଣରୁ ହୋଇଛି
ତେବେ ଓଡିଶାର ଗ୍ରାମାଞ୍ଚଳ ଗୁଡିକରେ ୪୩୩ ଗୋଟି ଦେଶୀଭାଟି (ମହୁଲି) ରହିଛି । ଚଳିତ ଆର୍ଥିକ ବର୍ଷରେ ଏହି ଦେଶୀଭାଟି ମାନଙ୍କରୁ ୨୨୭ କୋଟି ରାଜସ୍ବ ଆଦାୟ ହୋଇଛି । ଯାହାକି ରାଜ୍ୟର ଅବକାରୀ ରାଜସ୍ବର ୯ ଶତାଂଶ ଅଟେ । ରାଜ୍ୟରେ ଦେଶୀମଦ ଭାଟି ଗୁଡିକରେ ପାଉଚ୍ ଉତ୍ପାଦନ ପାଇଁ ୪୯୦ ଗୋଟି ମଦଭାଟିକୁ ଲାଇସେନ୍ସ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୨୩ କୋଟି ଲିଟର ଦେଶୀ ମହୁଲି ଉତ୍ପାଦନ ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।