କନକବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ ଉତ୍ତରପ୍ରଦେଶର ସମୃକ୍ତ ମହିଳା । ଏ ନେଇ ମୁମ୍ବାଇ ପୋଲିସକୁ ଧମକପୂଣ୍ଣ ମେସେଜ ମଧ୍ୟ ଦିଆଯାଇଥିଲା ।
ସୂଚନା ଅନୁଯାୟୀ ମହିଳା ଜଣଙ୍କୁ ହେପାଜତରେ ନେଇ ଅଧିକ ପଚାରଉଚାର ଜାରି ରଖିଛି ମୁମ୍ବାଇ ପୋଲିସ । ସୁଚନା ଅନୁଯାୟୀ ଶନିବାର ଦିନ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ହତ୍ୟା ଧମକ ଦେଇଥିଲେ ମହିଳା ଜଣଙ୍କ । ଏଥିସହ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ନେଇ ତାଙ୍କୁ ଧମକ ଦିଆଯାଇଥିଲା ।