ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଧମକ ; ଜେଲ ଭିତରୁ ଭଜନ ଲାଲଙ୍କୁ ଦୁଷ୍କର୍ମ ଅଭିଯୁକ୍ତର ଚେତାବନୀ

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଜେଲ ଭିତରୁ ଭଜନ ଲାଲ ଶର୍ମାଙ୍କୁ ଧମକ ଦେଲା ଦୁର୍ଷ୍କମ ଅପରାଧୀ। କିଭଳି ଜେଲ ଭିତରୁ ଅପରାଧୀ ଦେଲା ଧମକ ଖୋଲତାଡ କରୁଛି ପୁଲିସ। 

CM Rajsthan CM Rajsthan

CM Rajsthan Photograph: (KanakNews)

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ଏକ ଜେଲରୁ ଆସିଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣେ କଏଦୀ ଏଭଳି ଫୋନ୍ କଲ୍ କରିଛି । 

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଦୋସାର ସାଲାବାସ ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଆଜୀବନ ଜେଲଦଣ୍ଡ କାଟୁଥିବା ଦୋଷୀ ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସିଏମ୍ ଭଜନଲାଲ୍ ଶର୍ମା ଜୀବନରୁ ମାରିଦେବାକୁ କହିଛି ।  ପୋଲିସ ରିଙ୍କର ମୋବାଇଲକୁ ଟ୍ରାକ୍ କରି ସାଲାବାସ ଜେଲରେ ପହଞ୍ଚିଛି । ପୋଲିସର ସୂଚନା ଅନୁଯାୟୀ, ଭୋର ପ୍ରାୟ ୩.୧୭ ମିନିଟରେ ଟିମ୍ ଜେଲରେ ପଶି ଛାନଭୀନ ଜାରି ରଖିଛି । ଏହା ସହିତ ରିଙ୍କୁ କଲ୍ କରିଥିବା ମୋବାଇଲକୁ ଜବତ କରିଛି । 

ଜଣେ ଅଧିକାରୀ କହିଛନ୍ତି, ଜେଲ ଭିତରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ଦୋଷୀ ଉପରେ ଆଗକୁ ଆକ୍ସନ ନିଆଯିବ। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମାଙ୍କୁ ଦାସା ସେଣ୍ଟ୍ରାଲ ଜେଲରୁ ହତ୍ୟା ଧମକ ଆସିଥିଲା ।ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ରିଙ୍କୁ ଜେଲ୍‌ରେ ଏବେ ବନ୍ଦ ଅଛି । ସେ ୨୦୨୨ରେ ଡାସା ସେଣ୍ଟ୍ରାଲ ଜେଲକୁ ଆସିଥିଲା । ବନ୍ଦ କୋଠରୀରୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସିଥିବାରୁ, ଜେଲ୍ ପ୍ରଶାସନର କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ସେଣ୍ଟ୍ରାଲ୍ କରାଗାର ଭିତରକୁ କିପରି ମୋବାଇଲ୍ ଫୋନ୍ ଗଲା ? ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି କି ? ଜେଲ୍ କର୍ତ୍ତୃପକ୍ଷଙ୍କ ଧ୍ୟାନ ଏହା ଉପରେ ରହିଛି କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe