କନକ ବ୍ୟୁରୋ: ଦିଲ୍ଲୀରେ ନିର୍ବାଚନ ମାହୋଲ ଭିତରେ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ଆପ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହେବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ । ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିପାରେ। ଏହି ଗୁଇନ୍ଦା ସୂଚନା ମିଳିବା ପରେ କେଜ୍ରିୱାଲଙ୍କ ସୁରକ୍ଷାକୁ କଡାକଡି କରାଯାଇଛି । ଆକ୍ରମଣ ଆଶଙ୍କା ପରେ ଦିଲ୍ଲୀ ପୋଲିସକୁ ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେଜ୍ରିୱାଲଙ୍କୁ ଏବେ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଛି । ଏହାପୂର୍ବରୁ କେଜ୍ରିୱାଲଙ୍କ ଉପରେ ଅନେକବାର ଆକ୍ରମଣ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us