ପାକିସ୍ତାନ ଗୁଳିମାଡରେ ରାଜୌରୀ ଅତିରିକ୍ତ ଜିଲ୍ଲା ବିକାଶ କମିସନରଙ୍କ ମୃତ୍ୟୁ ; ଘର ଉପରେ ଗୁଳିମାଡରେ ଗଲା ଜୀବନ

ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଶନିବାର ମଧ୍ୟ ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ କରିଥିଲା । ଫଳରେ ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଛି ।

Official death

Official death Photograph: (KanakNews)

କନକ ବ୍ୟୁରୋ: ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଶନିବାର ମଧ୍ୟ ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ କରିଥିଲା। ଫଳରେ ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଛି । ଭାରତୀୟ ସେନା ସୂଚନା ମୁତାବକ , ରାଜୌରୀ ଜିଲ୍ଲାରେ ଥିବା ସରକାରୀ କ୍ବାର୍ଟରରେ ପାକିସ୍ତାନ ଗୁଳି  ମାଡ ହେବାରୁ ରାଜୌରୀର ଅତିରିକ୍ତ ଜିଲ୍ଲା ବିକାଶ କମିସନର ରାଜ କୁମାର ଥାପାଙ୍କ ସହ ଦୁଇ କର୍ମଚାରୀ ଗୁରୁତର ଆହତ ହେଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ରାଜକୁମାର ଥାପାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏକ୍ସରେ ଟ୍ବିଟ କରି ଏହି ଦୁଃଖଦ ଖବର ଜଣାଇବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe