କନକ ବ୍ୟୁରୋ: ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଶନିବାର ମଧ୍ୟ ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ କରିଥିଲା। ଫଳରେ ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଛି । ଭାରତୀୟ ସେନା ସୂଚନା ମୁତାବକ , ରାଜୌରୀ ଜିଲ୍ଲାରେ ଥିବା ସରକାରୀ କ୍ବାର୍ଟରରେ ପାକିସ୍ତାନ ଗୁଳି ମାଡ ହେବାରୁ ରାଜୌରୀର ଅତିରିକ୍ତ ଜିଲ୍ଲା ବିକାଶ କମିସନର ରାଜ କୁମାର ଥାପାଙ୍କ ସହ ଦୁଇ କର୍ମଚାରୀ ଗୁରୁତର ଆହତ ହେଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ରାଜକୁମାର ଥାପାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏକ୍ସରେ ଟ୍ବିଟ କରି ଏହି ଦୁଃଖଦ ଖବର ଜଣାଇବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ପାକିସ୍ତାନ ଗୁଳିମାଡରେ ରାଜୌରୀ ଅତିରିକ୍ତ ଜିଲ୍ଲା ବିକାଶ କମିସନରଙ୍କ ମୃତ୍ୟୁ ; ଘର ଉପରେ ଗୁଳିମାଡରେ ଗଲା ଜୀବନ
ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଶନିବାର ମଧ୍ୟ ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ କରିଥିଲା । ଫଳରେ ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)