କନକବ୍ୟୁରୋ: କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ରାୟଗଡ଼ା ଡିଏଫଓଙ୍କୁ ଜେରା। ଜେରା ସମୟରେ ମୁହଁ ଖୋଲିଲେ ଡିଏଫଓ । ଡିଏଫଓ ଦେବେନ୍ଦ୍ର ବେହେରା କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଫରେଷ୍ଟର ସଂଜୟଙ୍କୁ ବଦଳି କରି ଦେଇଥିବାରୁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି।
କଳାହାଣ୍ଡିର ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ କୋର୍ଟରୁ ଅନ୍ତରିଣ ସୁରକ୍ଷା ପରେ ଡିଏଫଓ ଦେବେନ୍ଦ୍ର ବେହେରା ଗତକାଲି ଭବାନୀପାଟଣା ଟାଉନ ଥାନାରେ ହଜାର ହୋଇଥିଲେ। ଭବାନୀପାଟଣା ଟାଉନ ପୋଲିସ ଥାନାରେ ଡିଏଫଓଙ୍କୁ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଛି । ଗତକାଲି ଏସଡିପିଓଙ୍କୁ ଗୁଡାଇ ତୁଡାଇ ଦୀର୍ଘ ସମୟ ଜେରା କରାଯାଇଥିଲା।
ଡିଏଫଓ ମୃତ ଫରେଷ୍ଟରଙ୍କୁ ପିସି ମାଗି ନିର୍ୟ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ମୃତକଙ୍କ ପତ୍ନୀ। ରାୟଗଡା ଡିଏଫଓ ଦେବେନ୍ଦ୍ରଙ୍କ ସହ ଏସିଏଫ ରଜନୀ କାନ୍ତ ରାଓ, ରାୟଗଡା ଏରିଆ ରେଞ୍ଜର ପ୍ରକାଶ ରଥଙ୍କୁ ବି ଜେରା କରାଯାଇଥିବା ସୂଚନା ରହିଛି। ଜେରା ସମୟର ଏକ୍ସକ୍ଲୁସିଭ୍ ଦୃଶ୍ୟ କନକ ନ୍ୟୁଜ ହାତରେ ଲାଗିଛି।