କନକ ବ୍ୟୁରୋ: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ । ଝିଅଟିର ମୃତ୍ୟ ଖବର ଶୁଣି ଗଭୀର ମର୍ମାହତ । ଡାକ୍ତରୀ ଦଳଙ୍କ ପ୍ରୟାସ ପରେ ବି ଜୀବନ ରକ୍ଷା କରାଯାଇପାରିଲାନି । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି, ଡାକ୍ତରୀ ଦଳଙ୍କ ଚେଷ୍ଟା ସତ୍ତ୍ୱେ ଜୀବନ ବଞ୍ଚାଇପାରିନଥିବାରୁ ଦୁଃଖିତ । ଅମର ଆତ୍ମାର ସଦଗତି କାମନା କରୁଛି । ଦୁଃଖଦ ପରିସ୍ଥିତିରେ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । 

Advertisment

ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାର ଲିଫ୍ଟ । ଜୁଲାଇ ୧୯ରେ ପୀଡ଼ିତାଙ୍କୁ ଜାଳିଥିଲେ ଦୁର୍ବୃତ୍ତ । ଘଟଣାରେ ତଦନ୍ତ ଜାରି ରହିଥିଲା । ବାରମ୍ୱାର ପୁଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲେ । ଦିଲ୍ଲୀ ଯାଇ ପୁଲିସର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ ।