ରାଜଗାଙ୍ଗପୁର ସିମେଣ୍ଟ ପ୍ଲାଣ୍ଟରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ  ମିଳିବ  ୨୫ ଲକ୍ଷ ଲେଖାଏଁ  ଟଙ୍କା ।

Advertisment

ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଲେଖାଏଁ ଟଙ୍କା । ଏଥିସହିତ ପରିବାରର ଜଣଙ୍କୁ ଚାକିରି ସହ ୧୦ ଲକ୍ଷ ଟଙ୍କାର ବୀମା।

ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଲେଖାଏଁ ଟଙ୍କା । ଏଥିସହିତ ପରିବାରର ଜଣଙ୍କୁ ଚାକିରି ସହ ୧୦ ଲକ୍ଷ ଟଙ୍କାର ବୀମା।

help 22

କନକ ବ୍ୟୁରୋ : ରାଜଗାଙ୍ଗପୁର  ସିମେଣ୍ଟ ପ୍ଲାଣ୍ଟରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ  ଡାଲମିଆ ଘୋଷଣା କଲା  ସହାୟତା । ମୃତକଙ୍କ  ପରିବାରକୁ  ମିଳିବ  ୨୫ ଲକ୍ଷ ଲେଖାଏଁ  ଟଙ୍କା । ଏଥିସହିତ ପରିବାରର ଜଣଙ୍କୁ ଚାକିରି ସହ ୧୦ ଲକ୍ଷ ଟଙ୍କାର  ବୀମା । ରାଜଗାଙ୍ଗପରୁରେ  ଗୋଟିଏ  ଲେଖାଏଁ  ଘର ଦେବ କମ୍ପାନୀ ।  ଯୁକ୍ତ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବ କମ୍ପାନୀ ।  କ୍ଷତିପୂରଣ  ଘୋଷଣା କଲେ କମ୍ପାନୀ କତ୍ତୃପକ୍ଷ ।

ଏପଟେ ୩୬ ଘଣ୍ଟାର ଉଦ୍ଧାର ଅଭିଯାନ ପରେ କୋଇଲା ଗଦା ତଳୁ ମିଳିଲା ମୃତଦେହ । ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାର ୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିନଥିବାରୁ ଜାରି ରହିଛି ରେସକ୍ୟୁ ଅପରେସନ । 

ଅନ୍ୟପଟେ ଉଦ୍ଧାର ୨ ମୃତଦେହକୁ ଚିହ୍ନଟ କରାଯାଇପାରିନାହିଁ। ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍ ଟନ୍ କୋଇଲା ତଳେ ପୋତି ହୋଇଯାଇଥିଲେ କାମ କରୁଥିଲା ଶ୍ରମିକ । କାରଖାନାର ବୈଷୟିକ ଦଳ ସହ ଜିଲ୍ଲାର ୭ଟି  ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୁଲିସ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe