କନକ ବ୍ୟୁରୋ: ଦୁଇ IPS ଆଶିଷ ସିଂ ଓ ଡିଏସ୍ଅ କୁଟ୍ଟେ ଦିଲ୍ଲୀ ଡେପୁଟେସନ୍ ଯିବା ପଛରେ ରହିଛି ଡିଲ । ସାମ୍ବାଦିକ ସମ୍ମିଳନୀ କରି ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର।
ବିଜୟ କହିଲେ, ଯେଉଁ ଅଫିସରଙ୍କ ବିରୋଧରେ ନିର୍ବାଚନ ସମୟରେ ଅଭିଯୋଗ ଆଣିଥିଲେ ସେମାନଙ୍କୁ ସରକାର ଦିଲ୍ଲୀ ପଠାଇ ଦେଲେ । ସେମାନଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ହେଲା ନାହିଁ । ତଦନ୍ତ ହେଲା ନାହିଁ । କେନ୍ଦ୍ର ସରକାର ମାରିଥିବା ଅଫର ତାଲିକାରେ ଏହି ଦୁଇ ଅଧିକାରୀଙ୍କ ନା ଦିଆଗଲା । ଆଉ ଶେଷରେ ଘଙଉ ମଧ୍ୟ ଦେଇଥିଲେ । ଆଇପିଏସ୍ କୁଟ୍ଟେଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିଲା । କଠୋର ଦଣ୍ଡ ଦେବୁ ବୋଲି କହିଥିଲେ ସରକାର। ହେଲେ ଫଳ ଶୂନ୍। ଏଥିରୁ ଜଣାପଡୁଛି ଦିଲ୍ଲୀ ଯିବା ପଛରେ ଡିଲ ହୋଇଛି। ସେହି ଅଫିସରଙ୍କ ଦ୍ଵାରା ଅଧିକ ନିର୍ୟାତିତ ହୋଇଛନ୍ତି ବିଜେପି ନେତା । ନେତା ଫସିଗଲେ ଅଫିସର ପୁରସ୍କୃତ ହେଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିଜୟ ମହାପାତ୍ର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/13/qD3JrpYJi6ykEkguPYoA.jpg)