ନା କଥା କହି ପାରୁଛନ୍ତି ନା ଶୁଣି ପାରୁଛନ୍ତି । ଠାରରେ ଠାରରେ ନିଜ ହାତରେ ଗଢୁଛନ୍ତି ୧୨ ଫୁଟ ଉଚ୍ଚର ଗଣେଶ ଠାକୁର ।

Advertisment

ଈଶ୍ୱର ଖାଲି ଡାକିଲେ ଶୁଣନ୍ତିନି କି ଈଶ୍ୱର କେବଳ ପାଟି ଖୋଲି ପ୍ରାର୍ଥନା କରୁଥିବା ଲୋକର ଗୁହାରୀ ଶୁଣନ୍ତିନି । କେବେକେବେ ଈଶ୍ୱର ଠାର ବୁଝନ୍ତି, ଠାରରେ ଠାରରେ ଭକ୍ତର ଭକ୍ତି ବି ଗ୍ରହଣ କରନ୍ତି । ତନମନ ଦେଇ ବିଧି ବିଧାନରେ ହୋଇଥିବା ପୂଜା ଓ ଆବାହନୀରେ ସନ୍ତୁଷ୍ଟ ହୁଅନ୍ତି ।

ଈଶ୍ୱର ଖାଲି ଡାକିଲେ ଶୁଣନ୍ତିନି କି ଈଶ୍ୱର କେବଳ ପାଟି ଖୋଲି ପ୍ରାର୍ଥନା କରୁଥିବା ଲୋକର ଗୁହାରୀ ଶୁଣନ୍ତିନି । କେବେକେବେ ଈଶ୍ୱର ଠାର ବୁଝନ୍ତି, ଠାରରେ ଠାରରେ ଭକ୍ତର ଭକ୍ତି ବି ଗ୍ରହଣ କରନ୍ତି । ତନମନ ଦେଇ ବିଧି ବିଧାନରେ ହୋଇଥିବା ପୂଜା ଓ ଆବାହନୀରେ ସନ୍ତୁଷ୍ଟ ହୁଅନ୍ତି ।

deaf and dumb

କନକ ବ୍ୟୁରୋ: ଈଶ୍ୱର ଖାଲି ଡାକିଲେ ଶୁଣନ୍ତିନି କି ଈଶ୍ୱର କେବଳ ପାଟି ଖୋଲି ପ୍ରାର୍ଥନା କରୁଥିବା ଲୋକର ଗୁହାରୀ ଶୁଣନ୍ତିନି । କେବେକେବେ ଈଶ୍ୱର ଠାର ବୁଝନ୍ତି, ଠାରରେ ଠାରରେ ଭକ୍ତର ଭକ୍ତି ବି ଗ୍ରହଣ କରନ୍ତି । ତନମନ ଦେଇ ବିଧି ବିଧାନରେ ହୋଇଥିବା ପୂଜା ଓ ଆବାହନୀରେ ସନ୍ତୁଷ୍ଟ ହୁଅନ୍ତି । ଏମିତି ଏକ ପୂଜା ଦୀର୍ଘ ବର୍ଷ ହେବ କଟକ ତୁଳସୀପୁର ଅଞ୍ଚଳରେ ହୋଇ ଆସୁଥିବା ବେଳେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କମିଟିର ସବୁ ସଦସ୍ୟ ମୁକ ଓ ବଧିର । ନା ଏମାନେ କଥା କହିପାରନ୍ତି ନା ବି କିଛି ଶୁଣିପାରନ୍ତି ତଥାପି ବାବା ଗଣପତିଙ୍କ ଭକ୍ତିରେ ଭିଜି ମୂର୍ତ୍ତି ଗଢନ୍ତି, ମୂର୍ତ୍ତି ପୂଜନ୍ତି ।

କୁହାଯାଏ ଯାହାକୁ ଭଗବାନ ଗୋଟେ ଦିଗରେ କମି ରଖନ୍ତି ଅନ୍ୟ ଦିଗରେ ପାରଙ୍ଗମ କରନ୍ତି । ଠିକ୍ ସେମିତି ଏ ଦିବ୍ୟାଙ୍ଗମାନଙ୍କୁ ଭଗବାନ ସିନା ଶୁଣିବାକୁ କିମ୍ବା କହିବାକୁ ଶକ୍ତି ଦେଇ ନାହାନ୍ତି କିନ୍ତୁ ସେମାନଙ୍କ ଭିତରେ ଭରି ଦେଇଛନ୍ତି ସୃଜନଶୀଳତାର ଅପାର ସମ୍ଭାବନା । ଯେଉଁ କଳା ମାଧ୍ୟମରେ ସେମାନେ ନିଜେ ନିଜ ହାତରେ ପ୍ରତି ବର୍ଷ ଭିନ୍ନ ଭିନ୍ନ ମୂର୍ତ୍ତି ଗଢି ପୂଜା କରୁଛନ୍ତି । ଆଉ ଚଳିତ ଥର ହନୁମାନ ଓ ଗଣେଶଙ୍କ ଥିମରେ ୧୨ ଫୁଟ ଉଚ୍ଚର ମୂର୍ତ୍ତି ପ୍ରସ୍ତୁତ କରିବାରେ ନିମଗ୍ନ ଅଛନ୍ତି । ବାହାରେ ମୂର୍ତ୍ତିର ଦାମ ଅଧିକ ଥିବାରୁ ସେମାନେ ନିଜେ ତିଆରି କରିବାକୁ ପସନ୍ଦ କରନ୍ତି । ପେଣ୍ଡାଲଠୁ ମୂର୍ତ୍ତି ସବୁ ଏହି କ୍ଲବର ଦିବ୍ୟାଙ୍ଗ ଭାଇମାନେ କରନ୍ତି ।

ବର୍ତ୍ତମାନ ସମୟରେ ପୂଜାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳୁଛି । କାହା ପ୍ୟାଣ୍ଡେଲ କେତେ ବଡ, କାହା ତୋରଣ କେତେ ଚକମକ ଆଉ କାହାର ମୂର୍ତ୍ତି କେଉଁ ଥିମର ତାକୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ମୂର୍ତ୍ତି ତିଆରି ପାଇଁ ବାହାରୁ କାରିଗର ନଆଣି ନିଜ ହାତରେ ତିଆରି କରି ଦିବ୍ୟାଙ୍ଗ ଭାଇମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସୁସ୍ଥ ସବଳ ମଣିଷ ଯେତେବେଳେ କୌଣସି କାମକୁ ନେଇ ହାରିଯାଉଛି ନିଜକୁ ଅକ୍ଷମ କହି ଭୁଲ ନିଷ୍ପତ୍ତି ନେଉଛି ଠିକ୍ ସେତିକି ବେଳେ ଅକ୍ଷମତାର ଆୟତ୍ତକାର କ୍ଷେତ୍ରରେ ରହି ଏମାନେ ତିଆରୁଛନ୍ତି ସକ୍ଷମତାର ସୁନ୍ଦର ଚିତ୍ର ।

https://youtu.be/D6o5_DvvPzM

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe