Manja Thread Photograph: (Kanak News)
କନକ ବ୍ୟୁରୋ : ମକର ସଂକ୍ରାନ୍ତି ପୂର୍ବରୁ କଟକ ଆକାଶରେ ଛାଇ ଗଲାଣି ଗୁଡ଼ି । ସହରରେ ଜମିଲାଣି ଗୁଡ଼ି ବେପାର । ହେଲେ ଗୁଡ଼ିରେ ବ୍ୟବହୃତ ମାଞ୍ଜା ସୂତା ପ୍ରଶାସନର ନିଦ ହଜାଇ ଦେଇଛି । କେବେ ଏହି ଘାତକ ମାଞ୍ଜା ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ ତାହା ଚିନ୍ତାର କାରଣ ହୋଇଛି ।
କଟକରେ ଜମିଲାଣି ଗୁଡ଼ି ଉଡ଼ା । ସହରର ଗଳିକନ୍ଦି, ଛାତ, ଖୋଲା ଜାଗାରେ ଉଡ଼ୁଛି ରଙ୍ଗ ବେରଙ୍ଗର ଭଳିକି ଭଳି ଗୁଡ଼ି । ହେଲେ କଟକଣା ସତ୍ତ୍ୱେ ବହୁଳ ଭାବେ ବ୍ୟବହାର ହେଉଛି ନିଷିଦ୍ଧ ମାଞ୍ଜା ସୂତା । ଯାହା ସହରବାସୀଙ୍କ ପାଇଁ ଘାତକ ସାଜିଛି । କେମିତି ଏବଂ କେଉଁ ଗଳାବାଟ ଦେଇ ଏହି ନିଷିଦ୍ଧ ସୂତା ସହରକୁ ଆସୁଛି, କେମିତି ଏହାର ଟେର୍ ପାଇପାରୁନି ପୁଲିସ ତାକୁ ନେଇ ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ : ଜୀବନ ନେଉଛି ମାଞ୍ଜା ସୂତା; ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲାଗୁନି ଅଙ୍କୁଶ
୨୦୧୬ ମସିହାରେ ଜଣେ ୬ ବର୍ଷର ନାବାଳିକାଙ୍କ ମୃତ୍ୟୁ ପରେ ମାଞ୍ଜା ସୂତା ବ୍ୟବହାର ନେଇ ହାଇକୋର୍ଟ କଟକଣା ଜାରି କରିଥିଲେ । ମାତ୍ର କଟକଣା ସତ୍ତ୍ୱେ ସହରରେ ମାଳମାଳ ଗୁଡ଼ି ଦୋକାନରେ ମାଞ୍ଜା ସୂତା ବିକ୍ରି ହେଉଛି । ଏନେଇ କଟକ ଡିସିପି କହିଛନ୍ତି, ମାଞ୍ଜା ସୂତା ବ୍ୟବହାର ରେକିବା ପାଇଁ ଚଢ଼ଉ ଜୋରଦାର କରାଯାଇଛି । ଏଥିପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୧୪: ଜଣେ ମୃତ, ଜଣେ ଆହତ
୨୦୧୫: ଜଣେ ମୃତ, ୩ ଆହତ
୨୦୧୯: ୨ ଆହତ
୨୦୨୧: ଜଣେ ମୃତ, ଜଣେ ଆହତ
୨୦୨୩: ଜଣେ ମୃତ, ୬ ଆହତ
୨୦୨୪: ୬ ଆହତ
୨୦୨୫: ୧୨ ଆହତ
ହାଇକୋର୍ଟଙ୍କ କଟକଣା ସତ୍ତ୍ୱେ ମାନୁନାହାନ୍ତି ଅମାନିଆ । କେବେ ଲୋକ ସଚେତନ ହେବେ, କେବେ ଗୁଡ଼ି ଉଡ଼ାରେ କେହି ଆହତ ହେବେନି ତାହା ଦେଖିବାକୁ ବାକି ରହିଲା ।
Follow Us