ହଷ୍ଟେଲରେ ରାଗିଂର ସାଂଘାତିକ ଚିତ୍ର; ଭିଡିଓ ଭାଇରାଲ ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ହଷ୍ଟେଲରେ ରାଗିଂର ସାଂଘାତିକ ଚିତ୍ର । ସହପାଠୀଙ୍କ ମାଡ଼ରେ ୩ ଛାତ୍ର ଆହତ । ରାୟଗଡା ଗୁଣପୁର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଅନ୍ୱେଷା ହଷ୍ଟେଲରେ ଛାତ୍ରଙ୍କୁ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ ।

17sdcwasf

Photograph: (kanakNews)

କନକ ବ୍ୟୁରୋ : ହଷ୍ଟେଲରେ ରାଗିଂର ସାଂଘାତିକ ଚିତ୍ର । ସହପାଠୀଙ୍କ ମାଡ଼ରେ ୩ ଛାତ୍ର ଆହତ । ରାୟଗଡା ଗୁଣପୁର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଅନ୍ୱେଷା ହଷ୍ଟେଲରେ ଛାତ୍ରଙ୍କୁ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ । ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ଓ ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ କିଛି ସହପାଠୀ ମାଡ଼ ମାରିଛନ୍ତି । ଘଟଣା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । 

ତେବେ ଆକ୍ରମଣର ଶିକାର ହୋଇଥିବା ସମସ୍ତ ଛାତ୍ର ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe