କନକ ବ୍ୟୁରୋ : ହଷ୍ଟେଲରେ ରାଗିଂର ସାଂଘାତିକ ଚିତ୍ର । ସହପାଠୀଙ୍କ ମାଡ଼ରେ ୩ ଛାତ୍ର ଆହତ । ରାୟଗଡା ଗୁଣପୁର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଅନ୍ୱେଷା ହଷ୍ଟେଲରେ ଛାତ୍ରଙ୍କୁ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ । ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ଓ ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ କିଛି ସହପାଠୀ ମାଡ଼ ମାରିଛନ୍ତି । ଘଟଣା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
ତେବେ ଆକ୍ରମଣର ଶିକାର ହୋଇଥିବା ସମସ୍ତ ଛାତ୍ର ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/09/FacFCkn3SBe6iQAr1NZv.jpg)