ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ, ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରିପରେ ଜୋରଦାର ହେବ ଲଢ଼େଇ

Advertisment

ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଛି। କିନ୍ତୁ ଫେବ୍ରୁଆରୀ ୨୬ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏପର୍ୟ୍ୟନ୍ତ କେହି ନାମାଙ୍କନ ଦାଖଲ ନାହାନ୍ତି। ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ କାଲି ସମସ୍ତେ ନାମାଙ୍କନ ଦାଖଲ କରିବେ। ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।  

7PM4

କନକ ବ୍ୟୁରୋ : ରାଜ୍ୟସଭା ୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି। ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇ ସାରିଛି। ନାମାଙ୍କନ ପରେ ରୋଚକ ହେବ ଲଢ଼େଇ। 

ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଛି। କିନ୍ତୁ ଫେବ୍ରୁଆରୀ ୨୬ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏପର୍ୟ୍ୟନ୍ତ କେହି ନାମାଙ୍କନ ଦାଖଲ ନାହାନ୍ତି। ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ କାଲି ସମସ୍ତେ ନାମାଙ୍କନ ଦାଖଲ କରିବେ। ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।  

ଅଧିକ ପଢ଼ନ୍ତୁ :  ବଦଳିବ ବିହାର ରାଜନୀତିର ସମୀକରଣ, ରାଜ୍ୟସଭା ଯିବେ ନୀତିଶ କୁମାର, ପଢ଼ନ୍ତୁ କିଏ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟସଭା ନାମାଙ୍କନ ପାଇଁ ବିଜେଡି ୬ସେଟ୍, ବିଜେପି ୧୬ ସେଟ୍ ଓ କଂଗ୍ରେସ ୩ ସେଟ୍ ପ୍ରାର୍ଥୀପତ୍ର କିଣିଛନ୍ତି। ଦିଲ୍ଲୀପ ରାୟ କାଲି ହିଁ ସବୁ କାମ କରିବେ ବୋଲି ସୂଚନା ମିଳିଛି। ତେବେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ପରେ ଚତୁର୍ଥ ଆସନ ପାଇଁ ଜୋରଦାର ଲଢ଼େଇ ହେବ। ଯାହା ରାଜ୍ୟ ରାଜନୀତିକୁ ରୋଚକ କରିଛି। 
 ମାର୍ଚ୍ଚ ୬ରେ ପ୍ରାର୍ଥିପତ୍ରର ହେବ ଯାଂଚ। ମାର୍ଚ୍ଚ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ନିର୍ବାଚନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe