କନକବ୍ୟୁରୋ: ଭାରତ-ପାକ୍ ସୀମାରେ ବଢ଼ୁଛି ଉତ୍ତେଜନା । ଭାରତର କୂଟନୈତିକ ଆକ୍ସନ ପରେ ବିଳିବିଳାଇଲା ପାକିସ୍ତାନ । ଛାନିଆରେ ବାରମ୍ବାର ଅସ୍ତ୍ରବିରତି କରିବା ସହ ଗୁଳିମାଡ଼ କରୁଛି ପାକିସ୍ତାନ । ଭାରତ ମଧ୍ୟ ପାକିସ୍ତାନ ଗୁଳିର ମୁହଁତୋଡ଼ ଜବାବ ଦେଉଛି । ସୀମାରେ ଉତ୍ତେଜନା ଭିତରେ ଭାରତ ଛାଡିବାକୁ ଅଟାରୀ ବର୍ଡରରେ ପାକିସ୍ତାନୀ ନାଗରିକ । ଆଜି ସରୁଛି ଡେଡ୍ ଲାଇନ୍। ଆଖିରେ ଲୁହ ନେଇ ଫେରୁଛନ୍ତି ପାକିସ୍ତାନ ନାଗରିକ । ଅଟାରୀ ସୀମାରେଖାରେ ଏକାଠି ହୋଇଛନ୍ତି ଶହ ଶହ ପାକିସ୍ତାନୀ ନାଗରିକ । ଏତେଦିନ ଭାରତରେ ରହି ଫେରିବା ବେଳେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି କେନ୍ଦ୍ର ସରକାର ଦେଇଥିବା ଡେଡଲାଇନ୍ ସରୁଥିବାବେଳେ କିଭଳି ରହିଛି ଅଟାରୀ ବର୍ଡରରେ ସ୍ଥିତି, ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍ ପହଞ୍ଚି ପୂରା ସ୍ଥିତି ପରଖିଛନ୍ତି ।
ପାକିସ୍ତାନୀଙ୍କୁ ଭାରତ ଛାଡିବା ପାଇଁ ସରିଲା ଡେଡଲାଇନ୍ : ଭାରତ ଛାଡ଼ି ନିଜ ଦେଶକୁ ଫେରିଲେ ପାକିସ୍ତାନୀ
ଭାରତ-ପାକ୍ ସୀମାରେ ବଢ଼ୁଛି ଉତ୍ତେଜନା । ଭାରତର କୂଟନୈତିକ ଆକ୍ସନ ପରେ ବିଳିବିଳାଇଲା ପାକିସ୍ତାନ । ଛାନିଆରେ ବାରମ୍ବାର ଅସ୍ତ୍ରବିରତି କରିବା ସହ ଗୁଳିମାଡ଼ କରୁଛି ପାକିସ୍ତାନ ।
/kanak/media/media_files/2025/04/29/jyKZcULhHyvcHi9Pdt55.jpg)