କନକ ବ୍ୟୁରୋ: ବଲାଙ୍ଗୀର ପାଟଣାଗଡ଼ ଲରମ୍ଭା ଅଞ୍ଚଳରେ ଚାଞ୍ଚଲ୍ୟ । ଅଟୋରେ ମୃତଦେହ ଛାଡ଼ି ଚାଳକ ଫେରାର । ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଦମେଇପାଲି ରାସ୍ତା ନିକଟରେ ଏକ ଅଟୋ ବହୁ ସମୟ ଧରି ଛିଡ଼ା ହୋଇଥିଲା। ଅଟୋରେ ଦୀର୍ଘ ସମୟ ଧରି କେହିନଥିବା ଦେଖି ସ୍ଥାନୀୟ ଲୋକ ଅଟୋ ପାଖକୁ ଯାଇ ସେଥିରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତ ବ୍ୟକ୍ତି ଜଣକ ପଦ୍ମପୁର ଥାନା ଦର୍ବେକେଲା ଗାଁର କ୍ଷୀରୋଦ ମେହେର ବୋଲି ଜଣାପଡ଼ିଛି । କ୍ଷୀରୋଦ ପଦ୍ମପୁରକୁ ଦୋକାନ ସାମଗ୍ରୀ ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରୁଥିବା ବେଳେ ଏବେ ଅଟୋରେ ତାଙ୍କ ମୃତ ଦେହ ମିଳିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/23/l57Lz5ZtlPpgOvO4fVoM.jpg)