କନକ ବ୍ୟୁରୋ: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ପୀଡ଼ିତା । deadbody will come to Odisha tomorrow after postmortem in Delhiତାଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ । ଆରପାରିକୁ ଚାଲିଗଲେ ବଳଙ୍ଗା ପୀଡ଼ିତା । ହେଲେ ୧୫ ଦିନ ପରେ ବି ଅଭିଯୁକ୍ତଙ୍କର ଟେର୍ ପାଇଲାନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୋଲିସ ଟିମ୍ । 

Advertisment

ଭୁବନେଶ୍ବର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା । ଦିଲ୍ଲୀ ଯାଇ ମଧ୍ୟ ବୟାନ ରେକର୍ଡ କରିଥିଲେ ପୁଲିସ ଅଧିକାରୀ । ପୀଡ଼ିତାଙ୍କ ସାଙ୍ଗ ଓ ପଡୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ । ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା । ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ୟ୍ୟନ୍ତ ପୋଲିସ ହାତ ଖାଲି ରହିଛି ।