ଟ୍ରେନ ଲାଇନରେ ଯୁବକଙ୍କ ମୃତଦେହ ; ହାତ ଗୋଡ଼ ବନ୍ଧା, ମୁଣ୍ଡ ଶରୀରରୁ ଅଲଗା

ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ୍‌ ନିକଟ ରେଳ ଧାରଣରୁ ମିଳିଲା ଯୁବକଙ୍କ ମୃତଦେହ । ହାତ ଗୋଡ଼ ବନ୍ଧା, ମୁଣ୍ଡ ଶରୀରରୁ ଅଲଗା  । ମାରିକି ରେଳ ଧାରଣାରେ ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ  ।

29dead

କନକ ବ୍ୟୁରୋ: କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ରେଳ ଧାରଣରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ପଡିଛି । ଦେହଠାରୁ ମୁଣ୍ଡ ଅଲଗା ଅବସ୍ଥାରେ ପଡ଼ିରହିଛି । ମୃତ ଯୁବକ ହେଲେ ନିର୍ଗୁଣ୍ଡି ବେହେରା ସାହିର କେ. ତିରୁପତି ରେଡ୍ଡୀ। ସେ ଏକ ଘରୋଇ କମ୍ପାନୀରେ ଟାୟାର ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତିରୁପତିଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ପ୍ରଥମେ ହତ୍ୟା କରି ହାତ ଗୋଡ ବାନ୍ଧି ଟ୍ରେନ ଲାଇନରେ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଘଟଣା ସ୍ଥଳରେ ଟାଙ୍ଗୀ ଏବଂ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe