ଆଜି ଗାଁରେ ପହଞ୍ଚିବ ୬ ଓଡ଼ିଆଙ୍କ ମୃତଦେହ ; ଲୁହରେ ଭିଜୁଛି ମୃତକଙ୍କ ଗାଁ ମାଟି

ବାପଟ୍‌ଲା ପଥର ଖଣିରେ ବିସ୍ଫୋରଣରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଆଜି ଗାଁରେ ପହଞ୍ଚିବ ଶ୍ରମିକଙ୍କ ମୃତଦେହ ।ମୃତକଙ୍କ ମଧ୍ୟରେ ମୋହନାରୁ ୨ଜଣ, ଆସିକା ଓ ଦିଗପହଣ୍ଡିର ୪ ଜଣ ।

dd

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ବାଲିକୁରମା ଠାରେ ପଥର କ୍ବାରି ବିସ୍ଫୋରଣରେ ଯାଇଛି ୬ ଓଡ଼ିଆ ଶ୍ରମିକଙ୍କ ଜୀବନ । ଆଜି ଗାଁରେ ପହଞ୍ଚିବ ମୃତ ଶ୍ରମିକଙ୍କ ମର ଶରୀର । ଗତକାଲି ବାଲିକୁରମା ପଥର କ୍ବାରୀରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ୬ ଜଣଙ୍କ ମଧ୍ୟରେ ଗଞ୍ଜାମ ଦିଗପହଣ୍ଡିର ଚଷା ନିମଖଣ୍ଡିର ଦଣ୍ଡପାଣି ବାଡତ୍ୟା, ବାଙ୍ଗରଡା ଗାଁର ବନମାଳୀ ବେହେରା, ଧରାକୋଟ ଅଞ୍ଚଳର ୨ ଜଣ ଓ ମୋହନ ଅଞ୍ଚଳର ୨ ଜଣ ରହିଛନ୍ତି । 

ଆଜି ବାଙ୍ଗରଡା ଗାଁରେ ଅପରାହ୍ନ ସମୟରେ ବନମାଳୀଙ୍କ ମୃତଦେହ ପହଞ୍ଚିବ । ବନମାଳୀ ଗତ କିଛି ବର୍ଷ ଧରି ଆନ୍ଧ୍ରରେ କାମ କରୁଥିବା ବେଳେ ପୁଣି ଘରକୁ ଆସି ଗତ କିଛିଦିନ ହେଲା ଆନ୍ଧ୍ରକୁ ଯାଇଥିଲେ। ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ବନମାଳୀଙ୍କ ମା'। ସେପଟେ ବାଙ୍ଗରଡା ଗାଁରେ ପହଞ୍ଚିଛନ୍ତି ସ୍ଥାନୀୟ ରାଜସ୍ବ ଅଧିକାରୀ । ମୁଖ୍ୟମନ୍ତ୍ରୀ ବନମାଳୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହ ଅନ୍ୟ ସମସ୍ତ ପ୍ରକାରର ସରକାରୀ ସହାୟତା ବନମାଳୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ରାଜସ୍ବ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe