୮ ଘଣ୍ଟା ପଡିରହିଲା ମୃତଦେହ ; ଏକଘରକିଆ ହୋଇଥିଲେ ବୋଲି ଉଠିଲାନି ଶବ

ଗଞ୍ଜାମ କବିସୂର୍ଯ୍ୟନଗରରେ ଅଭାବନୀୟ ଘଟଣା  । କୁଳରୁ ବାସନ୍ଦ ଯୋଗୁଁ ୮ ଘଣ୍ଟା ପଡ଼ି ରହିଲା ମୃତଦେହ  । ଏକ ଘରିକିଆ ହେବା ଭୟରେ ଘର ବାରଣ୍ଡା ମାଡ଼ିଲେନି ସାହି ଲୋକ । ପୋଲିସର ବୁଝାସୁଝା ପରେ ସତ୍କାର ହେଲା ମୃତଦେହ । 

deadbody

କନକ ବ୍ୟୁରୋ:  କୁଳରୁ ବାସନ୍ଦ ପାଇଁ ଘରେ ୮ ଘଣ୍ଟା ଯାଏଁ ପଡ଼ିରହିଲା ମୃତଦେହ । ଏକଘରିକିଆ ହେବା ଭୟରେ ମୃତକଙ୍କ ଘର ବାରଣ୍ଡା ମିଡ଼ିଲେନି ସାହିର କୌଣସି ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଏ.ବରିଡା ଗାଁରେ । 

ବୁଧବାର ଦିନ ୧୨ଟାରେ ଗାଁର ପଦ୍ମନାଭ ସାହୁଙ୍କ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ କୂଳରୁ ବାସନ୍ଦ ହୋଥିବାରୁ ରାତି ୮ଟା ଯାଏଁ ଘର ଭିତରେ ପଡ଼ି ରହିଥିଲା ମୃତଦେହ । କିଛି ବର୍ଷ ତଳେ ପଦ୍ମନାଭଙ୍କୁ କୂଳରୁ ବାସନ୍ଦ କରାଯାଇଥିବାରୁ ସାହିର ଲୋକେ ମୃତଦେହକୁ ଉଠାଇ ନଥିଲେ । ପରେ କବିସୂର୍ଯ୍ୟନଗର ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହକୁ ସତ୍କାର ପାଇଁ ନିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe