କନକ ବ୍ୟୁରୋ: କୁଳରୁ ବାସନ୍ଦ ପାଇଁ ଘରେ ୮ ଘଣ୍ଟା ଯାଏଁ ପଡ଼ିରହିଲା ମୃତଦେହ । ଏକଘରିକିଆ ହେବା ଭୟରେ ମୃତକଙ୍କ ଘର ବାରଣ୍ଡା ମିଡ଼ିଲେନି ସାହିର କୌଣସି ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଏ.ବରିଡା ଗାଁରେ ।
ବୁଧବାର ଦିନ ୧୨ଟାରେ ଗାଁର ପଦ୍ମନାଭ ସାହୁଙ୍କ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ କୂଳରୁ ବାସନ୍ଦ ହୋଥିବାରୁ ରାତି ୮ଟା ଯାଏଁ ଘର ଭିତରେ ପଡ଼ି ରହିଥିଲା ମୃତଦେହ । କିଛି ବର୍ଷ ତଳେ ପଦ୍ମନାଭଙ୍କୁ କୂଳରୁ ବାସନ୍ଦ କରାଯାଇଥିବାରୁ ସାହିର ଲୋକେ ମୃତଦେହକୁ ଉଠାଇ ନଥିଲେ । ପରେ କବିସୂର୍ଯ୍ୟନଗର ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହକୁ ସତ୍କାର ପାଇଁ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/5eaNZIeS1mZzpQashw56.jpg)