କନକ ବ୍ୟୁରୋ: ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ଭରତପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ତପୋବନ ଜଙ୍ଗଲରୁ ମୃତଦେହ ମିଳିଛି । ମୃତକଙ୍କ ନାଁ ମନୋଜ କୁମାର ଗୌଡ଼, ଘର ତପୋବନ ବସ୍ତି । ମିସ୍ତ୍ରୀ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ମନୋଜ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । ବିଦ୍ୟୁତ୍ ତାରକୁ ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ଜଙ୍ଗଲ ଭିତରେ କିନ୍ନର ମାନେ ରାତି ବେଳା ଚଳପ୍ରଚଳ କରୁଥିବାରୁ କେହି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଥିବା ସନ୍ଦେହ କରାଯାଉଛି । ଭରତପୁର ଥାନା ପୋଲିସ ପାରିପାଶ୍ୱିର୍କ ପରିସ୍ଥିତି ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସୂଚନା ଦେଇଛି ପୋଲିସ ।