କନକ ବ୍ୟୁରୋ: କଳାହାଣ୍ଡିରେ ଦାନ ମାଝୀ ଶବ ବୁହା ଘଟଣା ମନରୁ ଲିଭି ନ ଥିବାବେଳେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଅଭବନୀୟ ଘଟଣା । 

Advertisment

ଆମ୍ବୁଲାନ୍ସ ସେବା ଓ ଅର୍ଥ ଅଭାବରୁ ମୋଟର ସାଇକେଲରେ ବୁହା ହେଲା ଶବ । ସୂଚନା ଅନୁସାରେ କଳାହାଣ୍ଡିର ପୁନିଗୁଡା ଗାଁର ନନ୍ଦ ମାଝୀଙ୍କ ଝିଅ ଅଜଣା ରୋଗରେ ଆକ୍ରାନ୍ତ ପରେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତଦେହକୁ ଘରକୁ ନେବାକୁ ସରକାରୀ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଅନ୍ୟପଟେ ଅର୍ଥାଭାବରୁ ବେସରକାରୀ ଆମ୍ବୁଲାନ୍ସରେ ମୃତଦେହ ସମ୍ଭବପର ହୋଇନଥିଲା। ତେଣୁ ବାଧ୍ୟ ହୋଇ ନିଜ ବାଇକରେ ୧୨ କିଲୋମିଟର ଯାଏଁ ଝିଅର ମୃତଦେହକୁ ଧରି ଫେରିଥିଲେ ନନ୍ଦ। ଏନେଇ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।