କନକ ବ୍ୟୁରୋ : ବଡ଼ ଭାଇର ଗଳାକାଟି ହତ୍ୟା କରିଛି ସାନ ଭାଇ । ଗଞ୍ଜାମ ଆସିକା ଥାନା ଅନ୍ତର୍ଗତ ସମେଇଗୁଡ଼ା ଗାଁରେ ଏଭଳି ଘଟଣା ଘଟିଛି । ୫୫ ବର୍ଷିୟ ବଡ଼ଭାଇ ରାଜୁ ପାତ୍ରକୁ ସାନ ଭାଇ ଭବିନି ପାତ୍ର ଗଳାକାଟି ହତ୍ୟା କରିଥିବା ବେଳେ ଭାଉଜ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ମୃତଦେହ ପଡ଼ିରହିଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ଆଜି ଦୁହେଁ ଜମିକୁ କାମ କରିବାକୁ ଯାଇଥିଲା ବେଳେ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଶେଷରେ ସାନ ଭାଇ ଉଗ୍ର ହୋଇ ବଡ଼ଭାଇର ବେକ କାଟି ହତ୍ୟା କରିଛି । ପୋଲିସ ହତ୍ୟାକାରୀ ସାନଭାଇକୁ ଅଟକ ରଖି ପଚରା ଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/11/13/MAzqxUz395GPoD2CHV5Y.jpg)