କନକ ବ୍ୟୁରୋ:ବାପାଙ୍କର ସେ ଶେଷ କଥା ପଦକ କହି କଇଁ କଇଁ ହୋଇ କାନ୍ଦୁଛି ତାଙ୍କ ଗେହ୍ଲି ଝିଅ। ସବୁଠୁ ଅଧିକ ଭଲପାଉଥିବା ବାପା , ସେଦିନ ବିଲକୁ ବାହାରିଲେ , ଗଲାବେଳେ ଝିଅର ମୁଣ୍ଡ ଆଉଁସି ଦେଇ ’ ମୋ ଧନଟା କ’ଣ ଖାଇଛି କି ନାହିଁ ’ ବୋଲି ପଚାରିଲେ। ବାସ୍ ସେଇତ କ କହି ଗଲେ ଯେ ଗଲେ ଆଉ ଆଉ ସେମିତି  ହସହସ ମୁହଁ ହୋଇ ଫେରିଲେନି। ଫେରିଲା ତାଙ୍କର ରକ୍ତ ଜୁଡୁବୁଡୁ ଶରୀର।

Advertisment

ବିଲକୁ ଯିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଚାଲିଗଲେ ଘରର ମୂରବୀ। ଆମେ କହୁଛୁ ଭଦ୍ରକ ଚାନ୍ଦବାଲି ଭାଟପଡା ପଞ୍ଚାତର ଭାଟପଡା ଗାଁର ଅକ୍ଷୟ ସାହୁଙ୍କ କଥା । ଗତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ଘରୁ ବିଲକୁ ବାହାରିଲେ । ହେଲେ ଅଧାବାଟରେ ଯମ ଜଗିବସିଥିଲା। କାର ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଗଲା। ତାଙ୍କ ମୃତ୍ୟୁ ସହ ପୁରା ପରିବାର ଉପରୁ ଆଶ୍ରା ଉଠିଗଲା। ୪ ଝିଅ , ସ୍ତ୍ରୀ ସମସ୍ତଙ୍କ ଦାୟିତ୍ବ ତାଙ୍କରି ଉପରେ ଥିଲା। ସେ ଚାଲିଯିବା ପରେ ଚଉଦିଗ ଅନ୍ଧାର।

ଅକ୍ଷୟ ଥିଲେ ଘରର ଜଣେ ବୋଲି ରୋଜଗାରିଆ। ଚାଷ କରି ଯାହା ଦି ପଇସା ମିଳୁଥିଲା ସେଥିରେ କଷ୍ଟେମଷ୍ଟେ ୬ ପ୍ରାଣ କୁଟୁମ୍ବ ଚଳୁଥିଲା । ହେଲେ ଏବେ ତାଙ୍କ ମୃତ୍ୟ ପରେ ଘରର ଏକରକମ ଅଚଳ ହୋଇପଡିଛି । ଦିନେ ଦିନ ଘରେ ଚୁଲି ଜଳିବା ବି କଷ୍ଟ ,  ସ୍ଥିତି ଏପରି ହୋଇଛି ଯେ, ଗୋଟିଏ କଂସାରୁ ଭାତ ଖୁଣ୍ଟି ଖାଇବାକୁ ବାଧ୍ୟ ହେଉଛନ୍ତି ସ୍ତ୍ରୀ, ପିଲା। ଏତେ ଯନ୍ତ୍ରଣା ଭିତରେ ନିଜ ଣିଷକୁ ଭାରି ମନେ ପକାଉଛନ୍ତି ସ୍ତ୍ରୀ। ସ୍ବାମୀଙ୍କ ଫଟୋ ଧରି ବାହୁନି କାନ୍ଦୁଛନ୍ତି।  ଏଭଳି ସମୟରେ ଦାଉ ସାଧୁଛି କୋପରେଟିଭ୍ ବ୍ୟାଙ୍କ। ଅକ୍ଷୟ ଥିବାବେଳେ ଚାଷୀ ଜୀବନ ବୀମା କରିଥିଲେ କିନ୍ତୁ ତାଙ୍କର ଅକାଳ ମୃତୁ୍ୟ ପରେ ସେତକ ଟଙ୍କା ବି ମିଳୁନି, ସମବାୟ ସମତି ଅଫିସ ଠାରୁ ଆରମ୍ଭ କରି କୋପରେଟିମଭ୍ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ହେଲେ ସମର୍ବା ସମିତି ଅଧ୍ୟକ୍ଷ ଗୋଟେ କଥା କହୁଥିବାବେଳେ ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବ୍ୟାଞ୍ଚ ମ୍ୟାନେଜର କହୁଛନ୍ତି ଆଉ ଗୋଟେ କଥା। ଏ ଛକାପଂଝା ଭିତରେ ଘାଣ୍ଟି ହେଉଛନ୍ତି ଅକ୍ଷୟଙ୍କ ଅସହାୟ ପରିବାର।

 କାହାର ଭୁଲ , ଭୋଗୁଛି କିଏ। ବ୍ୟାଙ୍କ କର୍ତ୍ତପକ୍ଷଙ୍କ ଭୁଲ ଯୋଗୁଁ ନାହିଁନଥିବା ହଇରାଣ ହେଉଛନ୍ତି ମୃତ ଚାଷୀ ଅକ୍ଷୟଙ୍କ ପରିବାର। ତେଣୁ ପ୍ରଶାସନ ଏଘଟଣାକୁ ଗୁରୁତର ସହ ନେଇ ତାଙ୍କ ପରିବାରକୁ ସେମାନଙ୍କୁ ପ୍ରାପ୍ୟ ଦେବେ ବୋଲି ଆମର ବିଶ୍ବାସ।

 ଅକ୍ଷୟଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା : 

Rosalin Sahoo

D/o Akshya Kumar Sahoo

Bank -SBI, Ac.No- 32463615284

IFSC Code -SBIN0002039

Chandbali Branch