ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ପୁଣି ନାବାଳିକା ମୃତ୍ୟୁ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଶନିବାର ସନ୍ଧ୍ୟାରୁ ହଷ୍ଟେଲ ଛାଡ଼ି ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଆସି ଫେରିନଥିଲେ । ଓସ୍ତପୁର ନିକଟରୁ ମୂର୍ମୁଷ ଅବସ୍ଥାରେ ଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥଲେ ।

girls

Photograph: (kanaknews)

କନକବ୍ୟୁରୋ :  ଖୋର୍ଦ୍ଧା ବାଘମାରି ଥାନା ଅଞ୍ଚଳରେ ପୁଣି ଲଜ୍ଜା । ଗତକାଲି ମୂର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଥିବା କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ତେଜିବାରେ ଲାଗିଛି ବିବାଦ ।  ଛାତ୍ରୀ ଜଣକ ନୟାଗଡ଼ ଜିଲ୍ଲା ରାଜସୁନାଖଳାର ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷରେ ପଢୁଥିଲେ । ଶନିବାର ସନ୍ଧ୍ୟାରୁ ହଷ୍ଟେଲ ଛାଡ଼ି ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଆସି ଫେରିନଥିଲେ । ଓସ୍ତପୁର ନିକଟରୁ ମୂର୍ମୁଷ ଅବସ୍ଥାରେ ଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥଲେ।  ଖୋର୍ଦ୍ଧା ଚିକିତ୍ସାଳୟରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଛାତ୍ରୀଙ୍କ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଅଧିକ ପଢନ୍ତୁ...ରାଉରକେଲାରୁ ହାୱଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼

ଏହାସହ ଏହି ହତ୍ୟା ପଛରେ  ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ହାତ ଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ସେପଟେ  ଖୋର୍ଦ୍ଧାରେ ଗଣଦୁଷ୍କର୍ମ ପରେ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ପୀଡିତା । ବାଘମାରି ପୁଲିସ ଭୁବନେଶ୍ୱର ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିସାରିଛି । ଖୋର୍ଦ୍ଧାର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ପିଡ଼ିତାଙ୍କୁ ଭେଟିଛି ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏସପି ଙ୍କୁ ଭେଟି ଅଭିଯୁକ୍ତଙ୍କ ଗିରଫ କରି ଦାବି କରିଛନ୍ତି।  ସେପଟେ ଖୋର୍ଦ୍ଧା ଏସପି ଏହି ଘଟଣାର ତଦାରଖ କରୁଛନ୍ତି ।

ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ସିସିଟିଭି ଯାଞ୍ଚ୍ ସହ ତଥ୍ୟ, ପ୍ରମାଣକୁ ଏକାଠି କରି ୬ ଜଣଙ୍କୁ ଅଟକ ରଖାଯାଇଛି । ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ପୁରା ଘଟଣା ଉପରୁ ପର୍ଦା ହଟିବ।  ଏଥିସହ ସମ୍ବଲପୁର ଜିଲ୍ଲା ବାମରା ଆଦିବାସୀ ହଷ୍ଟେଲରୁ ୩ ଜଣ ଛାତ୍ରୀ ନିଖୋଜ ଘଟଣା। ୧୨ ଘଣ୍ଟା ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ।  ବିଭିନ୍ନ ଦିଗକୁ ନେଇ ବାମରା ପୋଲିସ ତଦନ୍ତ କରୁଛି। ରାତି ତମାମ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ହଷ୍ଟେଲ ଯାଇ ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଛି । କିନ୍ତୁ କୌଣସି ସଫଳତା ପାଇନି ପୋଲିସ। ଗତକାଲି ଅପରାହ୍ନରେ ବାମରା ଆଦିବାସୀ ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe