କନକ ବ୍ୟୁରୋ: ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜରେ ହାତୀ ଛୁଆର ମୃତଦେହ ଠାବ। ମୟୂରଝାଲିଆ ଗାଁ ନିକଟ ବୋରବୋରା ବନ୍ଧରେ ପଡି ଛୁଆ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଏହି ଅଞ୍ଚଳରେ ୪୨ ଟିକିଆ ହାତୀ ପଲ ଉତ୍ପାତ ଚଳାଇଛନ୍ତି। କାଲି ରାତିରେ ଧାନ ଖାଇବାକୁ ଆସିଥିବା ବେଳେ ବୋରବୋରା ବନ୍ଧରୁ ରଣପୁର ବନବିଭାଗ କର୍ମଚାରୀ ପହଞ୍ଚି ଛୁଆ ହାତୀକୁ ଉଦ୍ଧାର କରିଛନ୍ତି। ମୃତ ଛୁଆ ହାତୀର ବୟସ ୩ ମାସ ବୋଲି ଅନୁମାନ କରାଯାଉଛି ।