କନକ ବ୍ୟୁରୋ: ବଲାଙ୍ଗୀରରେ ଶବକୁ ମିଳୁନି ସମ୍ମାନ । ୪ ଘଣ୍ଟା ହେଲା ୱାର୍ଡ ଭିତରେ ପଡ଼ିଛି ଶବ । ମିଳୁନି ଗାଡ଼ି । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଭିତରେ ପଡିଛି ଶବ। ଭେଷଜ ବିଭାଗର ମହିଳା ୱାର୍ଡରେ ପଡ଼ି ରହିଥିଲା ଶବ । ମୃତ ମହିଳା ଜଣକ ହେଲେ ଖପ୍ରାଖୋଲ ବ୍ଲକ ବେନ୍ଦର ଗାଁର ସୂର୍ୟ୍ୟକାନ୍ତ ମାଝୀ । ଏଭଳି ଏକ ହୃଦର ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜର ହସ୍ପିଟାଲରେ ।  ମିଳିଥିବା ସୂଚନା ଅନୁସାରେ ଏକ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆସିଥିଲେ ସୂର୍ଯ୍ୟକାନ୍ତି ମାଝୀ । ଗତ ୧୭ ତାରିଖ ଦିନ ପାଟଣାଗଡ଼ ସବ୍‌ ଡିଭିଜିନାଲ୍‌ ହସ୍ପିଟାଲରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆସିଥିଲେ। ଆଜି ସକାଳ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଛି। ଡାକ୍ତର ମୃତ ଘୋଷଣା କରିବାର ୪ଘଣ୍ଟା ବିତିଯାଇଥିଲେ ବି ମୃତଦେହଟି ୱାର୍ଡ ଭିତରେ ପଡିରହିଛି। ପାଖରେ ତାଙ୍କ ଝିଅ ବସି ରହିଛନ୍ତି। ଡାକ୍ତରଖାନାରେ ଶବବାହକ ଗାଡ଼ି ମିଳୁନାହିଁ। ଗାଡ଼ିଭଡ଼ା କରି ମୃତଦେହ ଗାଁକୁ ନେବା ପାଇଁ ଝିଅ ଡିଲେଶ୍ୱରୀଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସେ ନିରୁପାୟ ହୋଇ ମାଆର ଶବ ପାଖରେ ବସି ରହିଥିଲେ।

Advertisment