ଗଛରେ ଝୁଲୁଛି ମୃତଦେହ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Advertisment

ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲ ପରିସରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁ ଥିବା ଦେଖିବାକୁ ମିଳିଛି

ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲ ପରିସରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁ ଥିବା ଦେଖିବାକୁ ମିଳିଛି

suside 3

କନକବ୍ୟୁରୋ : ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲ ପରିସରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଆଳିପୁର ଗାଁର ପବିତ୍ର ସାମଲଙ୍କ ଏକ ମାତ୍ର ବିବାହିତ ପୁଅ ମନୋଜ ସାମଲ ଅନ୍ୟଏକ ଝିଅ ସହିତ ସାଙ୍ଗହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି 

ଘରେ ମନୋଜଙ୍କ ସ୍ତ୍ରୀ ଓ ଏକ ତିନି ବର୍ଷର ପିଲା ଥିବାବେଳେ ଅନ୍ୟ ଏକ ଝିଅ ସାଙ୍ଗେ ଦୁହେଁ ଆତ୍ମ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe